୪୫ଗ୍ରାମ୍ ହେରୋଇନ୍ ଜବତ

Advertisment
୪୫ଗ୍ରାମ୍ ହେରୋଇନ୍ ଜବତ

Odisha Bytes

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ନାରାୟଣୀ ବସ୍ତି ଗେଟ୍ ପାଖରୁ ମହିଳା ନିଶା ବେପାରୀଙ୍କ ଠାରୁ ହେରୋଇନ୍ ଜବତ କରିବା ପରେ ଆଜି ଅବକାରୀ ବିଭାଗ ପୁଣି ଭୁବନେଶ୍ବରର ବିଭିନ୍ନ ଜାଗାରେ ଚଢ଼ଉ କରି ହେରୋଇନ୍ ଜବତ କରିଛି। ଆଜି ଅପରାହ୍ନରେ ଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ଯୁବକ ଛୋଟ ଛୋଟ ପୁଡ଼ିଆ କରି ଧଳାଜହର ବିକ୍ରି କରୁଥିବା ଅବକାରୀ ବିଭାଗ ଖବର ପାଇଥିଲା। ପରେ ଜିଲ୍ଲା ମୋବାଇଲ୍ ୟୁନିଟ୍ ଓ ଭୁବନେଶ୍ବରର ୩ନମ୍ବର ଜୋନ୍ ଅବକାରୀ ବିଭାଗ ଘଟଣାସ୍ଥଳରେ ଚଢ଼ଉ କରି ଏକ ନିଶା ପ୍ୟାକେଟ୍ ଓ କିଛି ଛୋଟ ପୁଡ଼ିଆ ଜବତ କରିଥିଲା। ପୁଡ଼ିଆ ଓ ପ୍ୟାକେଟରେ ଥିବା ନିଶାଦ୍ରବ୍ୟ ହେରୋଇନ୍ ବୋଲି ଜଣାପଡ଼ିଥିଲା। ଗିରଫ ଯୁବକ ହେଉଛି, ପୁରୁଣା ଭୁବନେଶ୍ବରର ଭାରତୀ ମଠସାହିର ବାଟୁଅ ବେହେରା(୪୫)। ଚଢ଼ଉ ବେଳେ ଏହି ଟିମରେ ଅବକାରୀ ବିଭାଗର ଇନ୍ସପେକ୍ଟର ସମରଜିତ୍ ଦାଶ, ଏସ୍ଆଇ ମନୀଷା ଭୋଳ, ଏଏସଆଇ ଏସ୍ ସାମନ୍ତସିଂହାର, ଏଲଇିସ ପୂର୍ଣ୍ଣିମା ଦାସ ଓ ଲକ୍ଷ୍ମୀପ୍ରିୟା ସେଠୀ, ଇସି ଶୁଭେନ୍ଦୁ ବେହୁରା ଓ ପ୍ରକାଶ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।

ଧରାପଡ଼ିଲା ବ୍ରାଉନ୍‌ସୁଗାର ମାଫିଆ ଜାମ୍‌ସେଦ

ଅନ୍ତଃରାଜ୍ୟ କୁଖ୍ୟାତ ବ୍ରାଉନ୍‌ସୁଗାର ମାଫିଆ ସେକ୍ ଜାମ୍‌ସେଦକୁ ଆଜି ଏସ୍‌ଟିଏଫ୍ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିରୁ ଗିରଫ କରିଛି। ଫେବ୍ରୁଆରି ୨୦ରେ ଏସ୍‌ଟିଏଫ୍ ୧୬ ନମ୍ବର ଜାତୀୟ ରାଜପଥ ପାହାଳ ବଜାର ଛକରେ ଚଢ଼ଉ କରି ୧.୩୦ କୋଟି ଟଙ୍କାର ଧଳାଜହର ଜବତ କରିଥିଲା ଓ ସେଠାରୁ ଶିବୁ ଦାସକୁ ଗିରଫ କରିଥିଲା। କିନ୍ତୁ ବାଲେଶ୍ବର ସୋରରୁ ରାଜଧାନୀକୁ ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ମାଷ୍ଟରମାଇଣ୍ଡ ଜାମ୍‌ସେଦ ଚମ୍ପଟ ମାରିଥିଲା। ପୂର୍ବରୁ ଜାମ୍‌ସେଦ ନାଁରେ ବାଲିଅନ୍ତା ଓ କଟକ ଲାଲ୍‌ବାଗ ଥାନାରେ ୨ଟି ମାମଲା ଥିବା ବେଳେ ଏବେ ଏସ୍‌ଟିଏଫ୍ ୨ଟି ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe