କ୍ୟାପିଟାଲ ହସ୍ପିଟାଲରେ ୪୯ ଡେଙ୍ଗୁ ରୋଗୀ ଚିହ୍ନଟ,

Advertisment

ବଢ଼ୁଛି ଭାଇରାଲ ଫିଭର ରୋଗୀଙ୍କ ସଂଖ୍ୟା

ବଢ଼ୁଛି ଭାଇରାଲ ଫିଭର ରୋଗୀଙ୍କ ସଂଖ୍ୟା

କ୍ୟାପିଟାଲ ହସ୍ପିଟାଲରେ ୪୯ ଡେଙ୍ଗୁ ରୋଗୀ ଚିହ୍ନଟ,

The New Indian Express

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଧୀରେ ଧୀରେ ଡେଙ୍ଗୁ ‌ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ମୋଟ ୩୧୪ଜଣ ସନ୍ଦିଗ୍ଧ ଡେଙ୍ଗୁ ପରୀକ୍ଷା କରିଥିବା‌‌ବେଳେ ସେମାନଙ୍କ ମଧ୍ୟରୁ ୪୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ‌ହୋଇଛନ୍ତି। ଏହା ସହ ୩ଜଣ ‌ଗୁରୁତର ‌ଡେଙ୍ଗୁ ‌ରୋଗୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ଡେଙ୍ଗୁ ରୋଗ ସଂପୂର୍ଣ୍ଣ ଭାବେ ଯାଇନାହିଁ। ବର୍ଷା ପରେ ପୁଣି ଏହା ବ୍ୟାପିପାରେ। ଲକ୍ଷଣ ଦେଖା‌ଦେଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେଇ ଡେଙ୍ଗୁ ପରୀକ୍ଷା କରାଇନେବାକୁ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଦିଲ୍ଲୀପ ପଣ୍ଡା ସୂଚନା ଦେଇଛନ୍ତି। ବର୍ଷା ପରେ ଆଖପାଖରେ ପାଣି ଜମିଥିଲେ ସେଗୁଡ଼ିକରୁ ପାଣି କାଢ଼ି ଶୁଖା‌ଇବାକୁ ହେବ। ଡେଙ୍ଗୁମଶାର ବଂଶ ବୃଦ୍ଧିକୁ କମ୍‌ କରିବାକୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଏହାସହ କ୍ୟାପିଟାଲ ହସ୍ପିଟାଲରେ ଭାଇରାଲ ଫିଭର ‌ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ଘଟିଛି। ଋତୁ ପରିବର୍ତ୍ତନ ପାଇଁ ‌ଏହି ସଂଖ୍ୟରେ ମାତ୍ରାଧିକ ବୃଦ୍ଧି ଘଟିଥିବା କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି। ବର୍ତ୍ତମାନ ବର୍ଷା ଆରମ୍ଭ ହୋଇଛି। ବିଶେଷ କରି ଛୋଟ ପିଲାମାନଙ୍କୁ ଭାଇରାଲ ଫିଭର୍ ହେଉଛି। ତେଣୁ ଏଥିପ‌ାଇଁ ପରିବାର ମୁରବିମାନଙ୍କୁ ବି‌‌ଶେଷ ଭାବରେ ଦୃଷ୍ଟି ଦେବାକୁ ହେବ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ହସ୍ପିଟାଲରେ ଭାଇରାଲ ଫିଭର ପାଇଁ ଆବଶ୍ୟକୀୟ ଔଷଧ ରହିଛି। ଆବଶ୍ୟକ ‌ହେଲେ ଅଧିକ ଔଷଧ ମଗାହେବ ବୋଲି ଶ୍ରୀ ପଣ୍ଡା‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe