Advertisment

ଚତୁର୍ଥ ଯଶୁଆପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଶୈଳଶ୍ରୀବିହାର ଦଳ ଚାମ୍ପିୟନ

Advertisment
ଚତୁର୍ଥ ଯଶୁଆପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଶୈଳଶ୍ରୀବିହାର ଦଳ ଚାମ୍ପିୟନ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ୨ଦିନ ଧରି ଚାଲିଥିବା ଚତୁର୍ଥ ଯଶୁଆପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଛି। ଏଥିରେ ସତ୍ୟଭାମାପୁର ଦଳକୁ ହରାଇ ଭୁବନେଶ୍ୱର ଶୈଳଶ୍ରୀବିହାର ଦଳ ଚାମ୍ପିୟନ ହୋଇଛି। ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଅଞ୍ଚଳରୁ ମୋଟ ୮ଟି ଦଳ ଭାଗ ନେଇଥିବା ବେଳେ ଶୈଳଶ୍ରୀବିହାର ଓ ସତ୍ୟଭାମାପୁର ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା।

ଟସ୍‌ ଜିତି ପ୍ରଥମେ ସତ୍ୟଭାମାପୁର ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୪ ଉଇକେଟ ହରାଇ ୮୬ ରନ କରିଥିଲା। ଜବାବରେ ଶୈଳଶ୍ରୀବିହାର ଦଳ ଆବଶ୍ୟକ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ସିନେ ପ୍ରଯୋଜକ ସତ୍ୟପ୍ରିୟ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଚାମ୍ପିୟନ ଶୈଳଶ୍ରୀବିହାର କ୍ରିକେଟ ଦଳକୁ ଏବଂ ରନର୍ସ ଅଫ କ୍ରିକେଟ ଦଳକୁ ଟ୍ରଫି ସହ ଅର୍ଥରାଶି ମୁଖ୍ୟଅତିଥି ଶ୍ରୀ ବେହେରା ପ୍ରଦାନ କରିଥିଲେ। ବୁଲୁ ସ୍ୱାଇଁ ଓ ପବିତ୍ର ସ୍ୱାଇଁ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe