ଯୁବକଙ୍କୁ ଫାର୍ସା ଚୋଟ ଘଟଣାରେ ୫ ଗିରଫ

Advertisment

୨ ଚୋର ଗିରଫ, ୪ ଗ୍ୟାସ୍‌ ସିଲିଣ୍ଡର ଜବତ

୨ ଚୋର ଗିରଫ, ୪ ଗ୍ୟାସ୍‌ ସିଲିଣ୍ଡର ଜବତ

ଯୁବକଙ୍କୁ ଫାର୍ସା ଚୋଟ ଘଟଣାରେ ୫ ଗିରଫ

otecfmghana.com

ବାରଙ୍ଗ : ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଫାର୍ସାରେ ପ୍ରାଣାନ୍ତକ ଆକ୍ରମଣ କରିବା ଘଟଣାରେ ଚନ୍ଦକା ଥାନା ପୁଲିସ ବୁଧବାର ରାତିରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଅଳସୁଆ ଗ୍ରାମ ମହିମା ନଗରର ମାନସ ନାଏକ (୩୨), ସଞ୍ଜୟ ଭୋଇ(୩୪), ବାଦଲ ଭୋଇ (୧୮), ବୁଲା ବେହେରା (୨୮) ଓ ମୁନା ଭୋଇ (୨୧)। ପୁଲିସ ସୂଚନା ଅନୁଯାୟୀ, ଏମାନେ ଦାରୁଠେଙ୍ଗ ଗ୍ରାମର ଶଙ୍କର ମହାପାତ୍ର(୪୦)ଙ୍କୁ ଆକ୍ରମଣ କରିଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଶଙ୍କର ତାଙ୍କ ଗ୍ୟାରେଜ୍‌ ବନ୍ଦ କରି ଘରକୁ ଫେରୁଥିବା ବେଳେ ଏହି ଅଭିଯୁକ୍ତମାନଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତମାନେ ତାଙ୍କୁ ଏକ ଫାର୍ସାରେ ଆକ୍ରମଣ କରିଥିଲେ। ଏ ସଂପର୍କରେ ଚନ୍ଦକା ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷେ ଏହି ୫ଜଣଙ୍କ ଗିରଫଦାରୀକୁ କେନ୍ଦ୍ର କରି ଉଭୟ ଅଳସୁଆ ଓ ଦାରୁଠେଙ୍ଗ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି।

୨ ଚୋର ଗିରଫ, ୪ ଗ୍ୟାସ୍‌ ସିଲିଣ୍ଡର ଜବତ

ଭୁବନେଶ୍ବର : ଦୋକାନରେ ପଶି ଗ୍ୟାସ୍‌ ସିଲିଣ୍ଡର୍‌ ଓ ୧୦ ହଜାର ଟଙ୍କା ଚୋରି ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନ‌େ ହେଲେ ଡୁମୁଡୁମା ଅଞ୍ଚଳର ବିଜ୍ଞାନ ରଂଜନ ଦାସ(୧୯) ଓ ଯାଁଳା ଅଞ୍ଚଳର ଦେବାଶିଷ ପଣ୍ଡା(୧୯)। ପୁଲିସ ସେମାନଙ୍କଠାରୁ ୪ଟି ଗ୍ୟାସ୍ ସିଲିଣ୍ଡର ଜବତ କରିଛି। ପୁଲିସ ସୂଚନା ମୁତାବକ, ଶୁକ୍ରବାର ଭୋର୍‌ ପ୍ରାୟ ୫ଟାରେ ଉଭୟ ବିଜ୍ଞାନ ଓ ଦେବାଶିଷ ୟୁନିଟ୍‌-୨ ମାର୍କେଟ୍‌ରେ ଥିବା ପ୍ରଶାନ୍ତ ବାରିକଙ୍କ ଦୋକାନରେ ପଶି ୧୦ହଜାର ଟଙ୍କା, ଗ୍ୟାସ୍‌ ସିଲିଣ୍ଡର ନେଇ ଯାଇଥିଲେ। ପ୍ରଶାନ୍ତ ଏହା ଜାଣିବା ପରେ ପୁଲିସକୁ ଜଣାଇଥିଲେ। ଆଖପାଖ‌ରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୁଲିସ ବିଜ୍ଞାନ ଓ ଦେବାଶିଷକୁ ଚିହ୍ନଟ କରିଥିଲା। ଠିକଣା ଠାବ ପରେ ଉଭୟଙ୍କୁ ଗିରଫ କରି ଥାନାକୁ ଆଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe