ଆକ୍କା ଗ୍ୟାଙ୍ଗ୍‌ର ୫ ଡକାୟତ ଗିରଫ

Advertisment

ଛୁରି, ଲଙ୍କାଗୁଣ୍ଡ ପ୍ୟାକେଟ୍‌ ଜବତ

ଛୁରି, ଲଙ୍କାଗୁଣ୍ଡ ପ୍ୟାକେଟ୍‌ ଜବତ

ଆକ୍କା ଗ୍ୟାଙ୍ଗ୍‌ର ୫ ଡକାୟତ ଗିରଫ

ଜଟଣୀ: ଗତକାଲି ରାତିରେ ଜଟଣୀ ଥାନା ପୁଲିସ ଏକ ଆଡ଼ାରେ ଚଢ଼ଉ କରି ମୋଷ୍ଟ ୱାଣ୍ଟେଡ୍‌ ଆକ୍କା ଗ୍ୟାଙ୍ଗ୍‌ର ୫ ପେସାଦାର ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ବେଣାପଞ୍ଜରୀର ମହମ୍ମଦ ଅକ୍‌ତର ଓରଫ୍‌ ଆକ୍କା(୨୪), ରଥୀପୁରର ସେକ୍‌ ରମ୍‌ଜାନ(୨୪), ବାଲିଛକ ମୁଣ୍ଡିଆସାହିର ସେକ୍‌ ବସିରୁଦ୍ଧିନ୍‌ ଓରଫ୍‌ ବାସା (୩୫), ମୁଣ୍ଡିଆସାହିର ସେକ୍‌ ଫରିଉଦ୍ଧିନ୍ ଓରଫ୍‌ ଫରିଦ୍‌(୨୭) ଓ ବଡ଼ତୋଟାର ଆନନ୍ଦ ନାଏକ ଓରଫ୍‌ କାଳୁ(୩୬)। ପୁଲିସ ସେମାନଙ୍କଠାରୁ ୫ଟି ଛୁରି, ୨ ପ୍ୟାକେଟ୍‌ ଲଙ୍କାଗୁଣ୍ଡ, ୩ ମୋବାଇଲ୍‌, ଓ ନଗଦ ସାଢ଼େ ୧୦ ହଜାର ଟଙ୍କା ଜବତ କରିଛି। ସ୍ଥାନୀୟ ଖଣ୍ଡୁଆଳ ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ବସି ଡକାୟତି ଯୋଜନା କରୁଥିବା ବେଳେ ଏହି ଗ୍ୟାଙ୍ଗ୍‌କୁ କାବୁ କରିଛି ପୁଲିସ।

ଗତ କିଛି ଦିନ ହେଲା ଆକ୍କା ଗ୍ୟାଙ୍ଗ୍‌ ଜଟଣୀ ଅଞ୍ଚଳର ବିଭିନ୍ନ ରାସ୍ତାରେ ଛକି ରହି ଲୁଟ୍‌, ଛିନ୍‌ତାଇ ଚଳାଇଥିଲା। ଗ୍ୟାସ୍‌ ଡିପୋ, ମାଲ୍‌ଗୋଦାମକୁ ଆସୁଥିବା ମାଲବାହୀ ଗାଡ଼ିକୁ ଟାର୍ଗେଟ୍‌ କରି ଡକାୟତି କରୁଥିଲା ଏହି ଗ୍ୟାଙ୍ଗ୍‌। ଏହାଭିତରେ ପଥଚା‌ରୀମାନଙ୍କୁ ବି ସେମାନେ ଲୁଟ୍‌ କରୁଥିବା ଅଭିଯୋଗ ହୋଇଆସୁଥିଲା। ତେଣୁ ଜଟଣୀ ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଏହି ଗ୍ୟାଙ୍ଗ୍‌କୁ ପିଛା କରିବା ଆରମ୍ଭ କରିଥିଲା। ଗତକାଲି ରାତିରେ ଏହି ଗ୍ୟାଙ୍ଗ୍‌ କୁସୁମାଟି ଗ୍ୟାସ୍‌ ଡିପୋ ରାସ୍ତାରେ ଖଣ୍ଡୁଆଳ ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଏକାଠି ହୋଇଥି‌ବା ଖବର ପାଇ ପୁଲିସ ଟିମ୍‌ ଚଢ଼ଉ କରିଥିଲା। ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍‌ର ସମସ୍ତ ୫ ଜଣଯାକ ପେସାଦାର ଅପରାଧୀ। ରମ୍‌ଜାନ ନାଁରେ ଜଟଣୀ ଥାନାରେ ୨ଟି ମାମଲା ରହିଥିବା ବେଳେ ଲକ୍ଷ୍ମୀସାଗର ଥ‌ାନାରେ ୪ଟି ମାମଲା ରହିଛି। ବସିରୁଦ୍ଧିନ ନାଁରେ କେବଳ ଜଟଣୀ ଥାନାରେ ୭ଟି ମାମଲା ଥିବା ବେଳେ ଫରିଉଦ୍ଧିନ୍ ନାଁରେ ଜଟଣୀ ଥାନାରେ ୯ଟି ମାମଲା ରହିଛି। ମୁଖିଆ ଆକ୍କା ନାଁରେ ନିରାକରପୁର ଥାନାରେ ଗୋଟିଏ ଓ ଜଟଣୀ ଥାନାରେ ୮ଟି ମାମଲା ରହିଛି। ସେହିଭଳି ଆନନ୍ଦ ନାଁରେ ମହିଳା ଥାନାରେ ଗୋଟିଏ ଓ ଜଟଣୀ ଥାନାରେ ଗୋଟିଏ ମାମଲା ରହିଛି। ଏହି ଗ୍ୟାଙ୍ଗ୍‌ ବିରୋଧରେ ୧୧୦ ଦଫା ଲାଗୁକରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe