ଜବରଦଖଲ ଉଚ୍ଛେଦ: ବର୍ଷାରେ କଲବଲ ହେଲେ ୫ ପରିବାର

Advertisment
ଜବରଦଖଲ ଉଚ୍ଛେଦ: ବର୍ଷାରେ କଲବଲ ହେଲେ ୫ ପରିବାର

Prameyanews.com

ଭୁବନେଶ୍ବର: କୁଆଖାଇ ବ୍ରିଜ୍‌ ତ​ଳେ ମଞ୍ଚେଶ୍ବର ରାସ୍ତା ପାର୍ଶ୍ବରୁ ନଦୀବନ୍ଧରେ ହାଇଟେକ୍‌ କଲେଜ ରୋଡ୍‌ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ରାସ୍ତା ପାଇଁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଗତକାଲିଠାରୁ ଏନେଇ ବସ୍ତିଲୋକଙ୍କୁ ସୂଚନା ଦିଆଯାଇଥିଲେ ବି ଲୋକେ ପ୍ରସ୍ତୁତ ହେବାକୁ ସମୟ ନପାଇ ବଡ଼ ହଇରାଣ ହୋଇଥିଲେ। ୫ ପରିବାରର ଘର ଭଙ୍ଗା ସରିଥିବା ବେଳେ ପ୍ରବଳ ବର୍ଷା ହେବାରୁ ସେମାନେ ବଡ଼ କଲବଲ ହୋଇଥିଲେ। ପିଲାଛୁଆମାନେ ବର୍ଷାରେ ଭିଜିଭିଜି ବଡ଼ ଦୟନୀୟ ଅବସ୍ଥାରେ ରହିଥିଲେ।

ଘରୁ ଜିନିଷପତ୍ର ବାହାର କରି ଦେଇଥିଲେ ବି ବହୁ ଜିନିଷ ବର୍ଷାରେ ଓଦା ହୋଇ ନଷ୍ଟହୋଇଥିଲା। ତେବେ ପ୍ରବଳ ବର୍ଷା ଯୋଗୁଁ ଉଚ୍ଛେଦ କାର୍ଯ୍ୟ ଅଧାରେ ବନ୍ଦ ରହିଥିଲା। ଆସନ୍ତା ୨୩ ତାରିଖରେ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୩୦ଟି ଆଜ୍‌ବେଷ୍ଟସ୍‌ ଘର ଓ ୩ଟି ଦୋକାନ ଘର ଭଙ୍ଗାଯାଇଥିଲା। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ରିଜର୍ଭ ପୁଲିସ ଫୋର୍ସ ଏବଂ ଗୋଟିଏ ସେକ୍ସନ ମହିଳା ଫୋର୍ସ ମୁତୟନ କରାଯାଇଲା। ବିଡିଏ ଅଧିକାରୀ ପ୍ରମୋଦ ପାତ୍ର, ଶୁଭ୍ରାଂଶୁ ଶେଖର ମହାନ୍ତି, ମଞ୍ଚେଶ୍ବର ଥାନା ପୁଲିସ ଓ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସମ୍ବିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ତଦାରଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe