ବାଲିଅନ୍ତା: ସ୍ଥାନୀୟ ରାଜସ ଗ୍ରାମର କ୍ଷେତ୍ରମୋହନ ସେଠୀଙ୍କ ଘର ଅଗଣା ଭିତରୁ ଆଜି ଅପରାହ୍ନ ସାଢ଼େ ଦି’ଟା ସମୟରେ ଏକ ୫ ଫୁଟିଆ ନାଗ ସାପ ଉଦ୍ଧାର ହୋଇଛି। ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟ ବିରଞ୍ଚି ନାୟାୟଣ ଆଚାର୍ଯ୍ୟ ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରୁ ସାପଟିକୁ କାବୁ କରିଥିଲେ। ପରେ ସାପଟିକୁ ବାଳକାଟି ସ୍ଥିତ ବନ ବିଭାଗକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ କ୍ଷେତ୍ରମୋହନଙ୍କ ବାଡ଼ିପାର୍ଶ୍ୱରୁ ଘର ଅଗଣା ଦେଇ ଏହି ବିଷଧର ସାପଟି ତାଙ୍କ ଶୋଇବା ଘର ଆଡ଼କୁ ଯାଉଥିବା ସେ ଦେଖିବାକୁ ପାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us