ବଲେରୋକୁ ଧକ୍କା ଦେଲା ବସ୍‌, ୫ ଆହତ

ବଲେରୋକୁ ଧକ୍କା ଦେଲା ବସ୍‌, ୫ ଆହତ

Dhaka Tribune

ଧଉଳି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟରେ ଆଜି ଅପରାହ୍‌ଣରେ ଏକ ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ ବସ୍‌ ଏକ ବଲେରୋକୁ ପଛପଟୁ ଧକ୍କା ଦେବାରୁ ଏଥିରେ ବଲେରୋ ଭିତରେ ଥିବା ୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଆହତମାନେ ହେଲେ, ବାରିପଦା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ବସନ୍ତ କୁମାର ପଣ୍ଡା (୭୭), ସ୍ବାଧୀନ କୁମାର ପଣ୍ଡା(୭୩), ଶାନ୍ତିଲତା ପଣ୍ଡା (୬୯), ମିନତି ପଣ୍ଡା (୭୦) ଓ ଅଶୋକ କୁମାର ସାହୁ (୭୪)। ଅଶୋକଙ୍କ ବ୍ୟତୀତ ଅନ୍ୟ ଆହତମାନେ ଗୋଟିଏ ପରିବାରର ବୋଲି ଜଣାଯାଇଛି। ଅପରପକ୍ଷେ ଦୁର୍ଘଟଣା ପରେ ବଲେରୋ ଚାଳକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଏହି ଦୁର୍ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ବଲେରୋରେ ଥିବା ଯାତ୍ରୀମାନେ ଭୁବନେଶ୍ବରରୁ କାକଟପୁରସ୍ଥିତ ବନ୍ଧୁଘରକୁ ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଜାତୀୟ ରାଜପଥର ଏହି ସ୍ଥାନରେ ଥିବା ଏକ କଟ୍‌ ନିକଟରେ ସ୍କୁଟିରେ ଦ୍ରୁତ ବେଗରେ ରାସ୍ତା ପାର୍‌ ହେଉଥିବା ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ବଲେରୋ ‌ଚାଳକ ବ୍ରେକ୍‌ ମାରି ଦେଇଥିଲେ। ଫଳରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା କଣ୍ଢେଇ ନାମକ ଏକ ଘରୋଇ ବସ୍‌ ବଲେରୋକୁ ପଛପଟୁ ଧକ୍କା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe