ଦେଢ଼କୋଟି ଟଙ୍କା ଦାବିରେ ଅପହରଣ ମାମଲା: ବାଲିଘାଟରୁ ୫ ଅପହର୍ତ୍ତା ଗିରଫ

Advertisment
ଦେଢ଼କୋଟି ଟଙ୍କା ଦାବିରେ ଅପହରଣ ମାମଲା: ବାଲିଘାଟରୁ ୫ ଅପହର୍ତ୍ତା ଗିରଫ

ଭୁବନେଶ୍ବର : ପୂର୍ବତନ ଯୋଗାଣ ଅଧିକାରୀ ମନୋଜ ମହାପାତ୍ରଙ୍କ ଅପହରଣର ସପ୍ତାହକ ପରେ ପୁଲିସ ୫ ଅପହର୍ତ୍ତାଙ୍କୁ ଗିରଫ କରିଛି। ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସ ମିଳିତ ଚଢ଼ଉ କରି ସେମାନଙ୍କୁ ପୁରୀ ଜିଲ୍ଲା ବାଲିଘାଟ ଅଞ୍ଚଳରୁ ଗିରଫ କରିଛି। ସେମାନେ ହେଲେ ବାଲିଘାଟ ଅଞ୍ଚଳର କାଳିଆ ଓରଫ କୁନା ନାୟକ(୩୬), ପୋଲିଓ ଓରଫ୍‌ ରାଜା ଓରଫ୍‌ ରାଜେଶ ଦାସ(୨୦), କାର ଚାଳକ କୁରୁପା ଓରଫ୍‌ ପ୍ରଶାନ୍ତ ନାୟକ(୩୧), ଅନନ୍ତ ପଣ୍ଡା ଓରଫ୍‌ ବନୁ(୩୫) ଏବଂ ଟିକିନା ଓରଫ୍‌ ନିରୋଦ ସ୍ବାଇଁ(୪୦)। ଅପହରଣରେ ବ୍ୟବହୃତ କାର୍‌ ଜବତ କରାଯାଇଛି।

ସୂଚନା ମୁତାବକ, ଗତ ୨୪ ତାରିଖ ସନ୍ଧ୍ୟାରେ ମନୋଜ ଜଗନ୍ନାଥନଗର ଲେନ୍‌-୮ ଅଞ୍ଚଳରେ ଥିବା ନିର୍ମାଣାଧୀନ ଘର କାମ ତଦାରଖ ପାଇଁ ଯାଇଥିଲେ। ଫେରୁଥିବା ବେଳେ ସାମ୍ନାପଟୁ କାର୍‌ରେ ଆସୁଥିବା ପ୍ରଶାନ୍ତ, ରାଜା, କୁନା ଓ ବନୁ ତାଙ୍କ ସମ୍ମୁଖରେ କାର୍‌ ରଖି ଗାଳିମନ୍ଦ କରିବା ସହ ତାଙ୍କୁ କାର୍‌ରେ ବସାଇ କେଶୁରା ନେଇଯାଇଥିଲେ। ଏହାପରେ ତାଙ୍କୁ ଡେଲାଙ୍ଗସ୍ଥିତ ଏକ କୁକଡ଼ା ଫାର୍ମକୁ ନେଇଯାଇ ସେଠାରେ ପଣବନ୍ଦୀ କରି ରଖିଥିଲେ। ପରେ ମନୋଜଙ୍କ ମୋବାଇଲ୍‌ରୁ ତାଙ୍କ ପତ୍ନୀଙ୍କୁ ଫୋନ୍‌କରି ଦେଢ଼ କୋଟି ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ଦେଇଥିଲେ। ଏନେଇ ମନୋଜଙ୍କ ପତ୍ନୀ ଲକ୍ଷ୍ମୀସାଗର ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ମୋବାଇଲ୍‌ ନମ୍ବର ଟ୍ରାକିଂ କରି ସେମାନଙ୍କ ଠିକଣା ଠାବ କରିଥିଲା। ହେଲେ ଅପହର୍ତ୍ତାମାନେ ମନୋଜଙ୍କୁ ନିମାପଡ଼ା ନେଇଯାଇଥିଲେ ଏବଂ ସେଠାରେ ତାଙ୍କୁ ଛାଡ଼ିଦେଇ ଫେରାର ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe