୫ ମିନିଟରେ ୫ଟି ପ୍ରଶ୍ନ

Advertisment
୫ ମିନିଟରେ ୫ଟି ପ୍ରଶ୍ନ

ପ୍ରଶ୍ନ ୧-ନୈତିକ ଶିକ୍ଷାଦାନ ଓ ‘ଯୁବସଂସ୍କାର’ କ୍ଲାସ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ସହାୟକ ହେବ?
ଛାତ୍ରଛାତ୍ରୀଙ୍କ ପାଇଁ ତିକ ଶିକ୍ଷାଦାନ ଓ ଯୁବ ସଂସ୍କାର କ୍ଲାସ୍ ନିହାତି ଆବଶ୍ୟକ। ତେବ‌େ ଏହି ପାଠ୍ୟକ୍ରମ କଲେଜ ବଦଳରେ ସ୍କୁଲରୁ ଆରମ୍ଭ ହେଲେ ଆହୁରି ଭଲ ହୁଅନ୍ତା।

ପ୍ରଶ୍ନ ୨-ଦିନକୁ ଦିନ ଠକଙ୍କ ପ୍ରାଦୁର୍ଭାବ ବଢ଼ୁଛି, ବିଭିନ୍ନ ଉପାୟରେ ଠକେଇ ହେଉଛି। ଏ ସଂପର୍କରେ କ’ଣ କହିବେ?
ଆତ୍ମସଚେତନତାର ଅଭାବ ଓ ଲୋଭ ପାଇଁ ଲୋକେ ଠକେଇର ଶିକାର ହେଉଛନ୍ତି।

ପ୍ରଶ୍ନ ୩-ହେଲିକପ୍ଟର୍‌ ଯୋଗେ ସ୍ବାସ୍ଥ୍ୟସେବା ଯୋଗାଇବା କେତେ ଉପଯୋଗୀ ହେବ?
ଉପାନ୍ତ ତଥା ଅପହଞ୍ଚ ଅଞ୍ଚଳର ରୋଗୀମାନଙ୍କୁ ତ୍ବରିତ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାରଙ୍କ ଏ ପ୍ରକାର ପଦକ୍ଷେପ ନିହାତି ଭାବେ ସ୍ବାଗତଯୋଗ୍ୟ। ମାତ୍ର ଏହା ଖାଲି ଲୋକଦେଖାଣିଆ ବା ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ନ ହେଉ। ଲୋକେ ଏହାର ପ୍ରକୃତ ସୁଫଳ ପାଇବା ଆବଶ୍ୟକ।

ପ୍ରଶ୍ନ ୪- ଓମିକ୍ରନ୍‌ ଓଡ଼ିଶାକୁ ଅଡ଼ୁଆରେ ପକାଇବ?
ସତର୍କ ନ ହେଲେ, ମହାରାଷ୍ଟ୍ର, ଦିଲ୍ଲୀ ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଡେରି ଲାଗିବନି। ତେଣୁ ସମସ୍ତେ ପ୍ରଶାସନର କଟକଣା ମାନିବା ଉଚିତ। କରୋନାର ଲକ୍ଷଣ ଦେଖାଗଲେ, ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।

ପ୍ରଶ୍ନ ୫-ନିରାଶ୍ରିତମାନଙ୍କୁ ଉଦ୍ଧାର କରିବାରେ ବିଏମ୍‌ସି ଅବହେଳା କରୁଛି?
ନିରାଶ୍ରିତମାନଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳକୁ ନେବା ଏକ ଆହ୍ବାନଭରା କାମ। କାରଣ ସେମାନଙ୍କୁ ଉଦ୍ଧାର କରି ନେବା ପରେ ମଧ୍ୟ ସେମାନେ ଆଶ୍ରୟସ୍ଥଳରୁ ଲୁଚି ପଳାଇ ଆସନ୍ତି। ତେଣୁ ଏହା ସ୍ଥାୟୀ ସମାଧାନ ନୁହେଁ। ସରକାର ସେମାନଙ୍କ ପାଇଁ କିଛି କର୍ମସଂସ୍ଥାନ ଯୋଗାଇଦେବା ଉଚିତ।
ଲିଲି ଜେନାମଣି, ସ୍ବେଚ୍ଛାସେବୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe