୫ ମିନିଟରେ ୫ଟି ପ୍ରଶ୍ନ

Advertisment
୫ ମିନିଟରେ ୫ଟି ପ୍ରଶ୍ନ

ପ୍ରଶ୍ନ ୧: ଦରଦାମ୍ ବୃଦ୍ଧି ରୋକିବାରେ ସରକାର ବିଫଳ କି?
ଦରଦାମ୍‌ ବୃଦ୍ଧି ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ। ଏଥିରେ ରାଜ୍ୟ ସରକାରଙ୍କ ଭୂମିକା ମଧ୍ୟ ରହିଛି। କିନ୍ତୁ ଅନେକ ସମୟରେ ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ କାନ୍ଧ ଖସାଇ ଦେଉଛନ୍ତି।

ପ୍ରଶ୍ନ ୨: ଖାଦ୍ୟ ସାମଗ୍ରୀ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାର କାରଣ କଣ?
ଖାଦ୍ୟ ସାମଗ୍ରୀ ଉତ୍ପାଦନ ସହିତ ସେସବୁର ସଂରକ୍ଷଣ ବ୍ୟବସ୍ଥାକୁ ସରକାର ଧ୍ୟାନ ଦେଉନାହାନ୍ତି। ଫଳରେ କୃଷକର ଉତ୍ପାଦନ ବଢ଼ୁଛି ଓ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ନଷ୍ଟ ହେଉଛି। ତେଣୁ କୃଷକ ଚାଷ କରିବା ପାଇଁ ଭୟ କରି ଧୀରେଧୀରେ ଚାଷରୁ ମୁହଁ ଫେରାଉଛି। ତେଣୁ ଆମେ ଅନ୍ୟ ରାଜ୍ୟର ସାମଗ୍ରୀ ଉପରେ ନିର୍ଭର ହେବାକୁ ବାଧ୍ୟ ହେଉଛେ।

ପ୍ରଶ୍ନ ୩: ରୂପାନ୍ତରଣ ନା୍ଁରେ ଐତିହ୍ୟ ଯଥା ମନ୍ଦିର, ମଠକୁ ଭାଙ୍ଗିବା କେତେ ଦୂର ଠିକ୍?
ରୂପାନ୍ତରଣ ନା୍ଁରେ ପ୍ରାଚୀନ ମନ୍ଦିର ମଠକୁ ଭାଙ୍ଗିବା ଯଥାର୍ଥ ନୁହେଁ। କାରଣ ସେ ସମୟର କାଳଜୟୀ ଐତିହ୍ୟ ଆଉ ମିଳିବ ନାହିଁ। ତେଣୁ ପ୍ରାଚୀନ ଐତିହ୍ୟକୁ ନଭାଙ୍ଗି ବିକାଶ କରିବା ପ୍ରତି ଦୃଷ୍ଟି ଦେବା ଉଚିତ।

ପ୍ରଶ୍ନ ୪: ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପଡ଼ୋଶୀରାଜ୍ୟମାନେ ଅନୁପ୍ରବେଶ କରିବାକୁ ନେଇ କଣ କହିବେ?
ପ୍ରଶାସନିକ ଅଧିକାରୀମାନେ ସୀମାନ୍ତ ଅଞ୍ଚଳର ଲୋକମାନଙ୍କ ପାଖରେ ପହଞ୍ଚିପାରୁନାହାନ୍ତି। ତେଣୁ ଅଧିକ ସରକାରୀ ସୁବିଧା ସୁଯୋଗ ଲୋଭ‌ରେ ଲୋକେ ଅନ୍ୟ ରାଜ୍ୟ ପ୍ରତି ଆଗ୍ରହ ଦେଖାଉଛନ୍ତି। ସରକାରୀସ୍ତରରେ ତତ୍ପରତା ରହିବା ଦରକାର।

ପ୍ରଶ୍ନ ୫: ପିଲାମାନେ ଅଧାରୁ ପାଠପଢ଼ା ଛାଡୁଥିବା ପାଇଁ ଦାୟୀ କିଏ?
ସର୍ବଶିକ୍ଷା ଅଭିଯାନ ତଥା ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀ ଦାୟୀ। ସରକାରଙ୍କ ଯୋଜନାକୁ ଠିକ୍ ଭାବେ ପରିଚାଳନା କରାଯାଉନଥିବାରୁ ପିଲାମାନେ ଡ୍ରପ୍ ଆଉଟ୍‌ ହୋଇଯାଉଛନ୍ତି।
ନିଶାକର ରାଉତ, ସହିଦନଗର ବାସିନ୍ଦା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe