ନୂଆ ବିଏମ୍‌ସି କୋଠା ଓ ହବ୍‌ ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ

Advertisment

ଅକ୍ଟୋବର ସୁଦ୍ଧା କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ବାରୋପ

ଅକ୍ଟୋବର ସୁଦ୍ଧା କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ବାରୋପ

ନୂଆ ବିଏମ୍‌ସି କୋଠା ଓ ହବ୍‌ ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ବର: ସତ୍ୟନଗରରେ ନିର୍ମାଣ ହେଉଥିବା ବିଏମ୍‌ସିର ନୂଆ କୋଠା ଏବଂ ‘ଓ’ ହବ୍‌ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍। ନୂତନ ବିକାଶ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଲାଗି ଆବଶ୍ୟକ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ପ୍ରଥମ ଥର ଲାଗି ଓଡ଼ିଶାରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡେଲୋଏଟ୍‌ ଭଳି ବହୁରାଷ୍ଟ୍ରୀୟ କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ଭୁବନେଶ୍ୱରରେ ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କର ବିକାଶ କେନ୍ଦ୍ର ଖୋଲିବା ଦ୍ବାରା ଯୁବକମାନଙ୍କ ପାଇଁ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଉଭୟ କେନ୍ଦ୍ରକୁ ଆସନ୍ତା ଅକ୍ଟୋବର ମଧ୍ୟଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ୫-ଟି ସଚିବ ଭୁବନେଶ୍ବର ସ୍ମାର୍ଟ ସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟ ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିବା ସହିତ ନୂଆ ବିଲ୍ଡିଂରେ ମିଟିଂ ହଲ୍, କ୍ୟାଣ୍ଟିନ୍, ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ। ‘ଓ’ ହବ୍‌ର ଦ୍ବିତୀୟ ଟାୱାର ନିର୍ମାଣ କାର୍ଯ୍ୟକୁ ଏବେ ପ୍ରାଥମିକତା ଦିଆଯାଇଛି। ଏଥିରେ ଇନ୍‌କ୍ୟୁବେସନ୍ ସେଣ୍ଟର ସହିତ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ କାର୍ଯ୍ୟାଳୟ ରହିବ। ଇନ୍‌ଫୋସିଟିରେ ବହୁତଳ ପାର୍କିଂ ବ୍ୟବସ୍ଥା କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଯାହାଫଳରେ ଆଇଟି କମ୍ପାନିମାନଙ୍କ ପାର୍କିଂ ସମସ୍ୟା ଦୂର ହୋଇପାରିବ। ଏହି ପରିଦର୍ଶନ ସମୟରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ ମିଶ୍ର, ବିଏସସିଏଲ ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ଓ ଇଡ୍‌କୋର ପରିଚାଳନା ନିର୍ଦେଶକ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସମ୍ପୃକ୍ତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖ ଯେ ସତ୍ୟନଗରସ୍ଥିତ ବିଏମ୍‌ସିର ନୂତନ ବିଲ୍ଡିଂ କାର୍ଯ୍ୟକୁ ୨ବର୍ଷ ଭିତରେ ଶେଷ କରିବା ଲାଗି ଲକ୍ଷ୍ୟ ରହିଥିଲା। ହେଲେ ଏହା ଭିତରେ ୪ବର୍ଷ ବିତି ଗଲାଣି ହେଲେ ବିଲ୍ଡିଂ କାର୍ଯ୍ୟ ଶେଷ ସଂପୂର୍ଣ୍ଣ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe