ଏକାମ୍ର ସିନେମା ହଲ୍‌କୁ ୫ହଜାର ଟଙ୍କା ଜରିମାନା

Advertisment
ଏକାମ୍ର ସିନେମା ହଲ୍‌କୁ ୫ହଜାର ଟଙ୍କା ଜରିମାନା

ଭୁବନେଶ୍ବର: ହକି ବିଶ୍ବକପ୍‌ ପାଇଁ ରାଜଧାନୀ ସଜେଇ ହୋଇଥିବାବେଳେ ‌େ‌କତେକ ସଂସ୍ଥା ଏହା ଉପରେ ପେ‌ାଷ୍ଟର, ଲିଫ୍‌‌େଲଟ୍ ମାରି ଏହାକୁ ବିକୃତ କରୁଥିବା ଦେଖିବାକୁ ମିଳୁଛି। ଏହାକୁ ରୋକିବା ପାଇଁ ବିଏମ୍‌ସି ପକ୍ଷରୁ ଜରିମାନା ଆଦାୟ ଆରମ୍ଭ ହୋଇଛି। ବମିଖାଲରେ ଥିବା ଏକାମ୍ର ସିନେମା ହଲ୍ ପକ୍ଷରୁ ବମିଖାଲ ଫ୍ଲାଇଓଭର୍‌ ପିଲାର୍‌ରେ ଏକ ଫିଲ୍ମର ପୋଷ୍ଟର୍‌ ମରାଯାଇଥିବାରୁ ହଲ୍‌ ମାଲିକକଙ୍କୁ ୫ହଜାର ଟଙ୍କା ଜରିମାନା ହୋଇଛି। ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନ୍ ପକ୍ଷରୁ ଯୁଗ୍ମ କମିସନର୍‌ ଏହି ଜରିମାନା ନୋଟିସ୍ ଜାରି କରିଛନ୍ତି। ତୁରନ୍ତ ଜରିମାନା ଦେବାକୁ ନୋଟିସ୍‌ରେ କୁହାଯାଇଛି। ବିଏମ୍‌ସିର ଡେପୁଟି କମିସନର୍‌ (ଏନଫୋର୍ସମେଣ୍ଟ) ଶୁଭ୍ରାଂଶୁ ମିଶ୍ର କହିଛନ୍ତି ଯେ, ବିଏମ୍‌ସି ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେଉଥିବାବେଳେ କେତେକ ଏହାକୁ ବିକୃତ କରୁଛନ୍ତି। ତେଣୁ ଏହିଭଳି ସଂସ୍ଥା ବିରୋଧରେ ପ୍ରଶାସନିକ ଫି’ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଆଧାରରେ ପ୍ରଥମେ ଏକାମ୍ର ସିନେମା ହଲ୍‌କୁ ନୋଟିସ୍ ପଠାଯାଇଛି। ଆଗକୁ ଏହିଭଳି ନୋଟିସ୍ ଜୋରଦାର୍‌ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe