ଆବର୍ଜନା ଗଦା କରିବା ମହଙ୍ଗା ପଡ଼ିଲା, ପାଥୋଲାବ୍‌ସ୍‌କୁ ୫ ହଜାର ଜରିମାନା

Advertisment
ଆବର୍ଜନା ଗଦା କରିବା ମହଙ୍ଗା ପଡ଼ିଲା, ପାଥୋଲାବ୍‌ସ୍‌କୁ ୫ ହଜାର ଜରିମାନା

ଭୁବନେଶ୍ଵର: ବାହାରେ ଆବର୍ଜନା ଗଦା କରିବାକୁ ନେଇ କଠୋର ହୋଇଛି ବିଏମ୍‌ସି। ନିକଟ ଅତୀତରେ ଏସ୍‌ଓପି ଜାରି କରାଯାଇଥିବା ବେଳେ ଆଜି ବିବେକାନନ୍ଦ ମାର୍ଗର ଡା. ଲାଲ୍‌ ପାଥୋଲାବ୍‌ସ୍‌ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ରାସ୍ତା କଡ଼ରେ ଆବର୍ଜନା ଗଦା ହୋଇଥିବା ନେଇ ଅଭି‌ଯୋଗ ଆସିବା ପରେ ବିଏମ୍‌ସି ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଆବର୍ଜନା ସବୁ ସମ୍ପୃକ୍ତ ସଂସ୍ଥାର ବୋଲି ଜଣାପଡ଼ିଥିଲା।

ଏଣୁ ଏହି ଜରିମାନା ଆଦାୟ କରାଯାଇଛି। ଆଗକୁ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଏଣୁ କେହି ରାସ୍ତା କଡ଼ରେ ଆବର୍ଜନା ନ ଗଦାଇବା ପାଇଁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ଅନୁ‌ଷ୍ଠାନ ଓ ସାଧାରଣ ଲୋକ ୫ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ସଫା ରଖିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe