୫ ବେପାରୀ ଗିରଫ,୯୦କେଜି ଜବତ: ଗୟା ଚାଲାଣ ହେଉଥିଲା ଗଞ୍ଜେଇ

Advertisment
ଆର୍‌ପିଏଫ୍ କରୁଛି ଗଞ୍ଜେଇ ବେପାର! ଏକ୍ସପ୍ରେସ୍‌ ଟ୍ରେନ୍‌ ପାର୍ସଲ୍ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ

Deccan Chronicle

ଭୁବନେଶ୍ବର: ବୁଧବାର ରାତିରେ ଭୁବନେଶ୍ବର ଷ୍ଟେସନ୍‌ରୁ ରେଳବାଇ ପୁଲିସ ପୃଥକ ପୃଥକ ମାମଲାରେ ୫ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୯୦ କେଜି(ଆନୁମାନିକ ବଜାର ଦର ୯ ଲକ୍ଷ ଟଙ୍କା) ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇ କୋରାପୁଟରୁ ଗୟା ଚାଲାଣ ହେଉଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ଉତ୍ତରପ୍ରଦେଶ ଆଜମ୍‌ଗଡ଼ର ଆଶିଷ ଓ ପଙ୍କଜ ରାଜଧାନୀ ଏକ୍ସପ୍ରେସ୍‌ରେ ଦିଲ୍ଲୀ ଯିବା ପାଇଁ ଭୁବନେଶ୍ବର ଷ୍ଟେସନ୍‌ରେ ଅପେକ୍ଷା କରିଥିଲେ। ପାଖରେ ୨ଟି ବଡ଼ ବସ୍ତା ଦେଖି ଜିଆର୍‌ପି କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ଯାଞ୍ଚ କରିବା ପରେ ୨ ବସ୍ତାରେ ୬୦ କେଜି ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପଚରାଉଚରା କରିବା ପରେ ସେମାନେ କୋରାପୁଟ ଜୟପୁରରୁ ଗଂଜେଇ କିଣିଥିବା କହିଥିଲେ ଓ ଗୟା ଚାଲାଣ କରିବାର ଥିଲା ବୋଲି ସ୍ବୀକାର କରିଥିଲେ। ସେହିଭଳି ଅନ୍ୟ ମାମଲାରେ ନନ୍ଦନକାନନ ଏକ୍ସପ୍ରେସ୍‌ରେ ଯିବା ପାଇଁ ବିହାର ଅଞ୍ଚଳର ବିନନ୍ତ, ଗୋପାଳ କୁମାର ଓ ଗଜପତି ଆଦଭା ଅଞ୍ଚଳର ଆୟୁବ୍‌ ଗମାଙ୍ଗୋ ଅପେକ୍ଷା କରିଥିବା ବେଳେ ସେମାନଙ୍କ ନିକଟରେ ଥିବା ୨ଟି ବସ୍ତାରୁ ପ୍ରାୟ ୩୦ କେଜିରୁ ଅଧିକ ଗଂଜେଇ ଜବତ କରାଯାଇଛି। ଏମାନେ ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ କିଣିଥିବା ଗଂଜେଇ ଗୟାରେ ବିକ୍ରି କରିଥା’ନ୍ତେ ବୋଲି ମାନି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe