ଭିଡ଼ ଯୋଗୁଁ ଆମ୍ବୁଲାନସ ଫସି ୫ବର୍ଷର ଶିଶୁ ମୃତ୍ୟୁ ଘଟଣା : ରାଜ୍ୟ ମାନବାଧିକାର କମିସନଙ୍କୁ ପିଟିସନ୍, ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ

Advertisment

କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ତଦନ୍ତ

କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ତଦନ୍ତ

ଆଜି ସରିବ ଓଏଚ୍‌ଆର୍‌ସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ଭୁବନେଶ୍ବର : ଗତକାଲି ୫ବର୍ଷର ଶିଶୁ ନୀଲ୍‌ ଚିକିତ୍ସା ପାଇଁ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ ହସ୍ପିଟାଲକୁ ଯାଉଥିବା ବେଳେ ରାସ୍ତାରେ ଭିଡ଼ ଯୋଗୁଁ ଆମ୍ବୁଲାନସ ଫସି ଯାଇଥିଲା। ଫଳରେ ଆମ୍ବୁଲାନ୍‌ସରେ ଛଟପଟ ହୋଇ ଶିଶୁ ପ୍ରାଣ ହରାଇଥିଲା। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ସଚିବ, କମିସନରେଟ୍ ପୁଲିସ, ଟ୍ରାଫିକ ଡିସିପି ଓ ବିଏମ୍‌ସି କମିସନର ତଦନ୍ତ ରିପୋର୍ଟ ଆସନ୍ତା ୧ସପ୍ତାହ ମଧ୍ୟରେ ପ୍ରଦାନ କରିବା ଲାଗି ସେ କମିସନଙ୍କୁ ଅନୁରୋଧ କରିଛନ୍ତି। ଏହାସହ ମୃତ ଶିଶୁର ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ଓ ରାସ୍ତା ଉପରେ ବେଆଇନ ଭାବେ ବ୍ୟବସାୟ କରୁଥିବା ‌ଉଠାଦୋକାନୀଙ୍କୁ ତୁରନ୍ତ ହଟାଇବା ଲାଗି ସେ ଅନୁରୋଧ କରିଛନ୍ତି।

ଶ୍ରୀ ନାୟକ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଶିଶୁକୁ ହସ୍ପିଟାଲରେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଥିଲା। ରାଜ୍ୟର ଏକ ପ୍ରମୁଖ ଚିକିତ୍ସାଳୟ ହୋଇଥିବା ସତ୍ବେ କ୍ୟାପିଟାଲ ହସ୍ପିଟାଲରେ କ୍ରିଟିକାଲ କେୟାର ସୁବିଧା ରୋଗୀଙ୍କୁ ମିଳିପାରୁ ନାହିଁ। ଯାହାଫଳରେ ହସ୍ପିଟାଲର ଡାକ୍ତର ରୋଗୀଙ୍କୁ ରେଫର କରିବା ପାଇଁ ବାଧ୍ୟ ହେଉଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଏକାଧିକ ବାର କ୍ୟାପିଟାଲ ‌ହସ୍ପିଟାଲକୁ ଗସ୍ତ କରିଥିଲେ ମଧ୍ୟ ସ୍ବାସ୍ଥ୍ୟସେବାରେ ଉନ୍ନତି ହୋଇପାରୁ ନାହିଁ। ଏହାସହ ବିଭିନ୍ନ କାମ ପାଇଁ ରାଜଧାନୀ ରାସ୍ତା ଖୋଳା ଯାଉଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏହି ଘଟଣାରେ କମିସନ ତୁରନ୍ତ ଶୁଣାଣି କରିବା ଲାଗି ଶ୍ରୀ ନାୟକ ଅନ‌ୁରୋଧ କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ତଦନ୍ତ

ଭୁବନେଶ୍ବର : ରାଜଧାନୀର ଭିଡ଼ ଭିତରେ ଆମ୍ବୁଲାନ୍‌ସ ଫସିଯିବା କାରଣରୁ ଗତକାଲି ୫ବର୍ଷର ଶିଶୁ ନୀଲ ନିତେଶ ନାୟକ ମୃତ୍ୟୁବରଣ କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ରା‌ସ୍ତାରେ ପ୍ରବଳ ଭିଡ଼ ଯୋଗୁଁ ଆମ୍ବୁଲାନ୍‌ସକୁ ଯିବା ପାଇଁ ବାଟ ନ ମିଳିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ’ଣ ପାଇଁ ଏଭଳି ଅଘଟଣ ଘଟିଲା ତାହାକୁ ନେଇ ତନାଘନା ଆରମ୍ଭ ହୋଇଛି। ଆଜି କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ନିଜଆଡ଼ୁ ଏହି ଘଟଣାର ତଦନ୍ତ କରି ସ୍ବାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ଆଜି କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଡାକି ଘଟଣାର ଯାଞ୍ଚ କରିଛନ୍ତି। ସେଦିନ କ’ଣ ଘଟିଥିଲା, ଶିଶୁକୁ କେଉଁ ପ୍ରକାର ଚିକିତ୍ସା ଦିଆଯାଇଛି, ଏ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଛନ୍ତି। ଦିନସାରା ଆଜି ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ସଂଧ୍ୟାରେ ତଦନ୍ତ ରିପୋର୍ଟ ସ୍ବାସ୍ଥ୍ୟ ସଚିବଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରବର୍ତୀ ସମୟରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହାକୁ ଅପେକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ, ମୃତ ଶିଶୁର ପରିବାରଲୋକ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ପିଲା ପ୍ରତି ଅବହେଳା କରାଯାଇଥିବା ଅଭିଯୋଗ କରିଥିଲେ। ହସ୍ପିଟାଲକୁ ଆଣିବା ସମୟରେ ନୀଲ୍‌ର ପେଟ ଦରଜ ହେଉଥିଲା। ଦୁଇ ଦିନ ରାତି ସାଢ଼େ ୧୧ଟାରେ ତାକୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ବେଳେ ଥଣ୍ଡା ଯୋଗୁଁ ଏଭଳି ହେଉଥିବା କହି ଡାକ୍ତର ସକାଳେ ଆସିବା ପାଇଁ ତା’ ପିତାମାତାଙ୍କୁ କହିଥିଲେ। ଏହା ପରଦିନ ନୀଲ୍‌ର ପିତାମାତା ତାକୁ କ୍ୟାପିଟାଲ ହସ୍ପିଟାଲ ଆଣିଥିବା ବେଳେ ବହୁ ସମୟ ଅପେକ୍ଷା କରିବା ପରେ ଡାକ୍ତରଙ୍କୁ ଦେଖାଇଥିଲେ। ସେତେବେଳେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ହସ୍ପିଟାଲ ପକ୍ଷରୁ ଏସ୍‌ସିବି ରେଫର କରି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe