ଏକାମ୍ରରେ ୫୦ କୋଟିର ଶିଳାନ୍ୟାସ

Advertisment
ଏକାମ୍ରରେ ୫୦ କୋଟିର ଶିଳାନ୍ୟାସ

ଧଉଳି: ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ଅଧୀନ ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୫୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମଗୁଡ଼ିକରେ ଯୋଗ ଦେଇଥିଲେ। ମନ୍ତ୍ରୀ ପ୍ରଥମେ ଧଉଳି ପଞ୍ଚାୟତ ଅଧୀନ ଥାନା ନିକଟରେ ୪୮ ଡେସିମିଲ ପରିମିତ ସଂରକ୍ଷିତ ଜମିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧. ୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ୩ ମହଲା ବିଶିଷ୍ଟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୦. ୧୦ କୋଟି ଅନୁଦାନରେ ଲିଙ୍ଗିପୁର ପଞ୍ଚାୟତ ଅଧୀନ ଇନ୍ଦିରା କଲୋନିରେ ବର୍ଷାଜଳ ନିଷ୍କାସନ ନେଇ ଡ୍ରେନ ନିର୍ମାଣ, ୪. ୭୮ କୋଟି ଅନୁଦାନରେ ଇଟିପୁର ଦୟାନଦୀ ବନ୍ଧଠାରେ ଗଣେଶ ସିଡ଼ି ରାସ୍ତା, ୧୧. ୬୨ କୋଟି ଅନୁଦାନରେ ଗଣେଶ ସିଡ଼ି ବିଜୁ ସେତୁ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅନୁଦାନ ଅର୍ଥରେ ଲିଙ୍ଗିପୁର ଓ ଇଟିପୁରରେ ପାନୀୟ ଜଳ ଯୋଗାଣ ଆଦି ବିଭିନ୍ନ ବିଭାଗ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହାଛଡ଼ା ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅର୍ଥରେ ୧୫ କୋଟି ବ୍ୟୟ ଅଟକଳରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ଏହି ପ୍ରକଳ୍ପ ମଧ୍ୟରେ କୁକୁଡ଼ାଘାଇ ପାଟଣା ମନ୍ଦିର, ଡିହପୁର ମନ୍ଦିର ରୋଷଘର, ବିକିପୁର ମଣ୍ଡପ, ପଶ୍ଚିମେଶ୍ବର ମନ୍ଦିର ପ୍ରାଚୀର, ଜୟପୁର ବ୍ୟାୟାମ ଗୃହ, ହନୁମାନ ମଣ୍ଡପ, ଇଟିପୁର କଂକ୍ରିଟ ରାସ୍ତା, ମଦନମୋହନ ମଣ୍ଡପ ଆଦି ରହିଛି। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ, ତହସିଲଦାର ମାନସ ରଞ୍ଜନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ସରପଞ୍ଚ ଚନ୍ଦନ ମଲ୍ଲିକ, କ୍ଷୀରୋଦ ପ୍ରଧାନ, ଅନିତା ସୁବୁଦ୍ଧି, ପ୍ରକାଶ ସାହୁ, ସରସ୍ବତୀ ସେଠୀ, ନୃସିଂହ ସ୍ବାଇଁ, ସୁଧାଂଶୁ ସୁବୁଦ୍ଧି, ଆଲୋକ ସାହୁ, ହରେକୃଷ୍ଣ ସାହୁ, ଭଗବାନ ସାହୁ, ସୁଧାରଞ୍ଜନ ପ୍ରଧାନ, ଗଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe