ବିବାହ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣ ଅତିଥି, ପ୍ରୋସେସନକୁ ବାରଣ

Advertisment
ବିବାହ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣ ଅତିଥି, ପ୍ରୋସେସନକୁ ବାରଣ

ଭୁବନେଶ୍ବର: କଟକ ଓ ଭୁବନେଶ୍ବର ପାଇଁ ନୂଆ ଗାଇଡଲାଇନ୍‌ ଜାରି ହୋଇଛି। ବିବାହ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ବିବାହ ଉତ୍ସବ ପାଇଁ ସ୍ଥାନୀୟ ଥାନାରୁ ଅନୁୁମତି ଆଣିବାକୁ ପଡ଼ିବ। ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ଅତିଥି ଯୋଗଦେଇପାରିବେ। ଅନ୍ୟାଦେଶ ଯାଏଁ ବିବାହ ପ୍ରୋସେସନକୁ ବାରଣ କରାଯାଇଛି। ସେହିଭଳି ବିବାହ ଭୋଜିରେ ୫୦ରୁ ଅଧିକ ଅତିଥିଙ୍କ ଉପରେ କଟକଣା ଲାଗୁ‌ ହେବ। ୬୫ ବର୍ଷରୁ ଅଧିକ ଓ ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କୁ ଉତ୍ସବକୁ ମନା ହୋଇଛି। ୧୦ ବର୍ଷରୁ କମ୍‌ ଓ ପ୍ରସୂତିଙ୍କୁ ବିବାହ ଉତ୍ସବକୁ ବାରଣ ହୋଇଛି। ଉତ୍ସବରେ ସ‌ମସ୍ତେ ୨ ମିଟର ଦୂରତା ବଜାୟ ରଖିବେ।

ସୂଚନାଯୋଗ୍ୟ, ପୂର୍ବରୁ କଟକ ଓ ଭୁବନେଶ୍ବରରେ ବିବାହ କାର୍ଯ୍ୟକ୍ରମ ପାଇଁ ୨୦୦ ଜଣ ଲୋକଙ୍କୁ ଅନୁମତି ମିଳୁଥିଲା। ଶୁଦ୍ଧିକ୍ରିୟା ପାଇଁ ୫୦ ଜଣଙ୍କୁ ଅନୁମତି ଥିଲା। ଭୁବଶ୍ବେରରେ କରୋନା ଭାଇରସ ସଂକ୍ରମଣ ବଢ଼ି ଚାଲିଥିବାରୁ ଭିଡ଼ କମ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe