image source-Sabrang India
ପୁରୁଣା ଭୁବନେଶ୍ୱର : ଚୋରା ଦେଶୀ ଚାଲାଣ କରୁଥିବା ଅଭିଯୋଗରେ ଆଜି ଶ୍ରୀଲିଙ୍ଗରାଜ ଥାନା ପୁଲିସ ବାଳକାଟି ନାୟକ ସାହିର ଜଗନ୍ନାଥ ଘଡ଼େଇ(୩୦)କୁ ଗିରଫ କରିଛି। ତା’ ଅଟୋରୁ ୫୦ ଲିଟର ଆସ୍କା-୪୦ ଦେଶୀ ମଦ ଜବତ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ଜଗନ୍ନାଥ ଏକ ଅଟୋରେ ୫୦ ଲିଟର ମଦ ନେଇ କଳ୍ପନା ଛକରୁ ଉତ୍ତରା ଛକ ଦିଗରେ ଯାଉଥିଲା। ଖବର ପାଇ ପୁଲିସ ଟିମ୍ ତାକୁ ଅଟକାଇଥିଲା।
ଦାଦା ଗୋଡ଼କୁ ଲୁହାରଡ୍ରେ ଭାଙ୍ଗି ପୁତୁରା ଗିରଫ
ଭୁବନେଶ୍ୱର : ପାରିବାରିକ କଳହକୁ ନେଇ ଦାଦାକୁ ଲୁହାରଡ୍ରେ ଆକ୍ରମଣ କରିଥିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ପୁତୁରାକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଲକ୍ଷ୍ମୀସାଗର ମଝିସାହିର ସଂଗ୍ରାମ ଲେଙ୍କା ଓରଫ୍ ପ୍ରଧାନ ଓରଫ୍ ବାବୁ। ପୁଲିସ ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୧୨ ତାରିଖରେ ସଂଗ୍ରାମ ଓ ତା’ ଦାଦା ନାରାୟଣ ଲେଙ୍କାଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ସଂଗ୍ରାମ ଏକ ଲୁହାରଡ୍ରେ ନାରାୟଣଙ୍କ ଗୋଡ଼କୁ ପିଟି ଭାଙ୍ଗି ଦେଇଥିଲା। ଏ ନେଇ ନାରାୟଣଙ୍କ ପତ୍ନୀ ମଞ୍ଜୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଗଣ୍ତଗୋଳ ପରେ ପରେ ସଂଗ୍ରାମ ଫେରାର୍ ହୋଇ ଯାଇଥିଲା।
Follow Us