ଶୌଚାଳୟରେ ଦେୟ ଆଦାୟ: ସୁଲଭକୁ ୫୦ ହଜାର ଜରିମାନା

ଶୌଚାଳୟରେ ଦେୟ ଆଦାୟ: ସୁଲଭକୁ ୫୦ ହଜାର ଜରିମାନା

Telegraph India

ଭୁବନେଶ୍ୱର: ଶୌଚାଳୟ ଏବେ ଦେୟମୁକ୍ତ। ସରକାର ଏଭଳି ଘୋଷଣା ପରେ ବିଏମ୍‌ସିର ଶୌଚାଳୟ ପରିଚାଳନା ଦାୟିତ୍ବରେ ଥିବା ଏଜେନ୍‌ସିମାନଙ୍କୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଶୌଚାଳୟ ବ୍ୟବହାର ପାଇଁ କେତେକ ଏଜେନ୍‌ସି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଆଜି ଶୌଚାଳୟ ପରିଚାଳନା କରୁଥିବା ସଂସ୍ଥା ‘ସୁଲଭ’କୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ତା’ ସହିତ ଟଙ୍କା ଆଦାୟ କରୁଥିବା କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ କୁହାଯାଇଛି।

ଆଗକୁ ଏଭଳି ଅଭିଯୋଗ ପ୍ରମାଣିତ ହେଲେ ପରିଚାଳନା ଚୁକ୍ତି ବାତିଲ ହେବ ବୋଲି ଚେତାବନୀ ଦିଆଯାଇଛି। ପୂର୍ବରୁ ଭିଏସ୍‌ଏସ୍‌ ନଗରରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଥିଲା। ଏ ନେଇ ଆଜି ଟ୍ବିଟର୍‌ରେ ଅଭିଯୋଗ ଆସିଥିଲା କି ଜୟଦେବ ବିହାରରେ ଥିବା ସୁଲଭ ଶୌଚାଳୟକୁ ଶୌଚ କରିବାକୁ ଯାଇଥିବା ବେଳେ ଶୌଚ ପାଇଁ ୧୦ ଟଙ୍କା ଓ ସ୍ନାନ ପାଇଁ ୨୦ ଟଙ୍କା ଦାବି କରାଯାଇଥିଲା। ମୋବାଇଲ୍‌ ଚାର୍ଜିଂ କରିବା ପାଇଁ ୩୦ ଟଙ୍କା କହିଥିଲେ। କିନ୍ତୁ ବାହାରେ ‘ଶୌଚାଳୟ ବ୍ୟବହାର ଦେୟମୁକ୍ତ’ ଲେଖା ଯାଇଥିବାରୁ ସେ ବିଏମ୍‌ସିକୁ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe