ଅଲାରପୁର ସେବାକେନ୍ଦ୍ରରେ ରକ୍ତଦାନ କଲେ ୫୨ଦାତା

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଶାସିକା ସ୍ବର୍ଗତ ରାଜଯୋଗିନୀ ଡ. ପ୍ରକାଶମଣିଙ୍କ ୧୮ତମ ସ୍ମୃତି ଦିବସ(ବିଶ୍ୱ ବନ୍ଧୁତ୍ୱ ଦିବସ)ଉପଲକ୍ଷେ ବ୍ରହ୍ମାକୁମାରୀ...

Untitled-1

ବାଲିଅନ୍ତା: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଶାସିକା ସ୍ବର୍ଗତ ରାଜଯୋଗିନୀ ଡ. ପ୍ରକାଶମଣିଙ୍କ ୧୮ତମ ସ୍ମୃତି ଦିବସ(ବିଶ୍ୱ ବନ୍ଧୁତ୍ୱ ଦିବସ)ଉପଲକ୍ଷେ ବ୍ରହ୍ମାକୁମାରୀ ବିଜେବିନଗର ଭୁବନେଶ୍ୱର ଓ ‘ସମ୍ବାଦ ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଲାରପୁର ସେବାକେନ୍ଦ୍ରର ଶିବ ସନ୍ଦେଶ ଭବନରେ ଆୟୋଜିତ ଏହି ସ୍ବେଚ୍ଛାକୃତ ମେଗା ଶିବିରରେ ୫୨ଜଣ ରକ୍ତଦାତା ରକ୍ତଦାନ କରିଥିଲେ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢାଲି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଜେବିନଗର ସେବାକେନ୍ଦ୍ରର ମୁଖ୍ୟ ପରିଚାଳିକା ବିକେ ତପସ୍ୱିନୀ, ଦାଦୀ ପ୍ରକାଶମଣିଙ୍କ ଦିବ୍ୟଚେତନା, ମାତୃସ୍ୱରୂପ ସେବା ବିଷୟରେ କହିଥିଲେ। ସିଫାର ପ୍ରମୁଖ ବୈଜ୍ଞାନିକ ଡ. ପ୍ରିୟବ୍ରତ ସ୍ୱାଇଁ, ସମିତିସଭ୍ୟ ରଞ୍ଜନ ମହାପାତ୍ର, ଯୁବନେତା ପ୍ରଦୀପ୍ତ ମହାନ୍ତି, ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ, ପ୍ରିୟବ୍ରତ ପାତ୍ର, ଅର୍ଜୁନ ଜେନାମଣି, ସଂଜୀବ ସାମନ୍ତରାୟ, ଶିକ୍ଷାବିତ୍‌ ନିଶିକାନ୍ତ ପଣ୍ଡା, ସମାଜସେବୀ କୃଷ୍ଣଚନ୍ଦ୍ର ବେହେରା, ଶ୍ରୀକାନ୍ତ ନନ୍ଦ, ସାମ୍ବାଦିକ ପ୍ରକାଶ ବାରିକ ଓ ଗୋପାଳ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଡା. ଜୟନ୍ତୀ ଦାସ, ଡା. ଗାୟତ୍ରୀ ଦାସ, ଡା. ପ୍ରେମଶିଳା ସ୍ୱାଇଁ, ବଳରାମ ଭାସ୍କରେଶ୍ୱର(ପତଞ୍ଜଳି ଯୋଗକେନ୍ଦ୍ର) ପ୍ରମୁଖ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମାକୁମାରୀ ବିକେ ଅପର୍ଣ୍ଣା, ନିରୁପମା, ସୁକାନ୍ତି, ଅପରାଜିତା, ସୁଷମା, ଶୈଳ, ମାଳତୀ, ଗୀତା, ପ୍ରିୟଦର୍ଶିନୀ ଓ ସନ୍ତୋଷ, ସୁବାସ, ଦିନବନ୍ଧୁ, ବିମ୍ବାଧର ଭାଇ ଶିବିର ପରିଚାଳନା କରିଥିଲେ। ବିଏମ୍‌ସି ହସ୍ପିଟାଲ୍‌ ବ୍ଲଡ୍ ବ୍ୟାଙ୍କ୍‌ ପକ୍ଷରୁ ସଂଘମିତ୍ରା ସ୍ୱାଇଁ ଓ ଅନ୍ୟ ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ବାଲିଅନ୍ତା ‘ସମ୍ବାଦ’ ପ୍ରତିନିଧି ନିରଞ୍ଜନ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe