ଧଉଳି ଶାନ୍ତିସ୍ତୂପର ୫୨ତମ ପ୍ରତିଷ୍ଠା ଦିବସ: ଗୌରବମୟ ଇତିହାସର ମୂକସାକ୍ଷୀ ଧଉଳି

Advertisment

ଖ୍ରୀଷ୍ଟପୂର୍ବ ୨୬୧ର ଲୋମହର୍ଷଣକାରୀ କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକ ଧର୍ମାଶୋକରେ ପରିଣତ ହେବା ସହ ବୌଦ୍ଧଧର୍ମ ଗ୍ରହଣ କରିଥିଲେ। ଏହି ଇତିହାସର ମୂକସାକ୍ଷୀ ଧଉଳି। ୫୨ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଏହି ଶାନ୍ତିର ସ୍ତୂପ ସେବେଠାରୁ ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସାଜିଛି।

ଖ୍ରୀଷ୍ଟପୂର୍ବ ୨୬୧ର ଲୋମହର୍ଷଣକାରୀ କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକ ଧର୍ମାଶୋକରେ ପରିଣତ ହେବା ସହ ବୌଦ୍ଧଧର୍ମ ଗ୍ରହଣ କରିଥିଲେ। ଏହି ଇତିହାସର ମୂକସାକ୍ଷୀ ଧଉଳି। ୫୨ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଏହି ଶାନ୍ତିର ସ୍ତୂପ ସେବେଠାରୁ ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସାଜିଛି।

adadaeefff

ଧଉଳି: ଖ୍ରୀଷ୍ଟପୂର୍ବ ୨୬୧ର ଲୋମହର୍ଷଣକାରୀ କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକ ଧର୍ମାଶୋକରେ ପରିଣତ ହେବା ସହ ବୌଦ୍ଧଧର୍ମ ଗ୍ରହଣ କରିଥିଲେ। ଏହି ଇତିହାସର ମୂକସାକ୍ଷୀ ଧଉଳି। ୫୨ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଏହି ଶାନ୍ତିର ସ୍ତୂପ ସେବେଠାରୁ ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସାଜିଛି। ଏହା ଏକ ସାଧାରଣ ପାହାଡ଼ ନୁହେଁ, ବରଂ ଓଡ଼ିଶା ଇତିହାସର ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି। କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ଧୈର୍ଯ୍ୟ ଓ ସାମର୍ଥ୍ୟର ପ୍ରତୀକ ସାଜିଛି। ଏହି ଶାନ୍ତିସ୍ତୂପର ଆହୁରି ବିକାଶ ସହ ଆଖପାଖ ଅଞ୍ଚଳର ବ୍ୟାପକ ଉନ୍ନତୀକରଣ କରାଯିବ। ଏହା ସହିତ ଐତିହ୍ୟସ୍ଥଳୀଗୁଡିକର ବିକାଶ ପାଇଁ ସମନ୍ବିତ ଯୋଜନା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ଧଉଳି ଶାନ୍ତିସ୍ତୂପର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ବୌଦ୍ଧ ଧର୍ମ ସମ୍ପର୍କରେ ଯେବେ ଆଲୋଚନା କରାଯାଏ ସେ‌ବେ ଓଡ଼ିଶାର ନାଁ ସବୁଠାରୁ ଆଗରେ ଆସିଥାଏ। ଯେତେ ବୌଦ୍ଧ ବିହାର ଓଡ଼ିଶାରେ ଦେଖିବାକୁ ମିଳେ ତାହା ଭାରତବର୍ଷର ଅନ୍ୟ କୌଣସି ପ୍ରଦେଶରେ ଦେଖିବାକୁ ମିଳେ ନାହିଁ। ସମ୍ରାଟ ଅଶୋକ ଦେଶ ବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ନିଜ ପୁତ୍ର ମହେନ୍ଦ୍ର ଓ କନ୍ୟା ସଙ୍ଘମିତ୍ରାଙ୍କୁ ଓଡ଼ିଶାରୁ ସିଂହଳ ଦେଶକୁ ପଠାଇଥିବା ବିଶ୍ବାସ କରାଯାଏ। 
ସେ କହିଥିଲେ, ଏହି ଶାନ୍ତିସ୍ତୂପ ବିଶ୍ବକୁ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି। ଶାନ୍ତିର ବାର୍ତ୍ତା ପ୍ରସାର ପାଇଁ ସମ୍ରାଟ ଅଶୋକ ଏଠାରେ ଅନେକ ସ୍ତୂପ ଓ ଶିଳାସ୍ତମ୍ଭ ନିର୍ମାଣ କରିଥିଲେ। ଦେଶ ବିଦେଶରୁ ଏଠାକୁ ଯେଉଁ ପର୍ଯ୍ୟଟକମାନେ ଆସନ୍ତି ସେମାନେ ଏଠାରୁ ଅହିଂସା, ଶାନ୍ତି ଓ ଦିବ୍ୟତ୍ବର ଅନୁଭବ ନେଇ ଫେରନ୍ତି। ଧଉଳି ହୁଏତ ବୌଦ୍ଧ ଧର୍ମର ଏକ କୀର୍ତ୍ତିରାଜି ହୋଇପାରେ କିନ୍ତୁ ଏହା ଓଡିଆ ଭାଷା, ସଂସ୍କୃତି ଓ ପରମ୍ପରା ସହିତ ଏପରି ଭାବେ ଜଡ଼ିତ ହୋଇଛି ଯେ, ରାଜ୍ୟବାସୀ ଏହାକୁ ନିଜ ସଂସ୍କୃତିର ଅଙ୍ଗଭାବେ ମାନି ନେଇଛନ୍ତି। ଆମ ସନାତନ ଧର୍ମ ଭଳି ବୌଦ୍ଧ ଧର୍ମର ଆଧାର ହେଉଛି ‘ଅହିଂସା ପରମ ଧର୍ମ’। ସମସ୍ୟାର ସମାଧାନ ହିଂସା ନୁହେଁ, ବରଂ ଆପୋସ ଆଲୋଚନାରେ ସମ୍ଭବ। ଏହି ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୠଷିଆ-ୟୁକ୍ରେନ ତଥା ଇସ୍ରାଏଲ- ଆରବ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ନିରନ୍ତର ଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ କହିବା ସହ ନୌବାଣିଜ୍ୟ ପରମ୍ପରା ପ୍ରସଙ୍ଗ ଉଠାଇ ଏଥିରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ସମ୍ପର୍କରେ ଆଲୋକପାତ କରିଥିଲେ।  

ଅନ୍ୟତମ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୌଦ୍ଧଧର୍ମର ପ୍ରଚାର ପ୍ରସାରରେ ଓଡ଼ିଶାର ଯୋଗଦାନ ବିଷୟରେ ଆଲୋଚନା କରିଥିଲେ। ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂହ ଯୋଗଦେଇ ଧଉଳି ମାଟି କେବଳ ଯୁଦ୍ଧ ଶିଖାଇ ନାହିଁ ବରଂ ଶାନ୍ତିର ବାର୍ତ୍ତା ଦେଇଛି ବୋଲି କହିଥି‌ଲେ। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ଜଗନ୍ନାଥ ପ୍ରଧାନ ଓ ଭୁବନେଶ୍ବର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ ଯୋଗ ଦେଇଥିଲେ। ବିଶିଷ୍ଟ ବୌଦ୍ଧ ସନ୍ନ୍ୟାସୀ ଟି ଓକଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଧଉଳି ଶାନ୍ତିସ୍ତୂପର ଏକ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ବେ‌ଳେ କଳିଙ୍ଗ ନିପନ ବୁଦ୍ଧ ସଂଘ ସଂଯୋଜକ ରବି ମହାରଣା ସ୍ବାଗତ ଓ ଉପସଭାପତି ହରି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe