ଖଣ୍ଡଗିରି: ଖୋର୍ଦ୍ଧା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ବିଭିନ୍ନ ଗ୍ୟାସ୍ ଏଜେନ୍ସିର ଡିପୋରେ ଚଢ଼ଉ କରାଯାଇଛି। ଖୋର୍ଦ୍ଧା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କ ନେତୃତ୍ୱରେ ଗଠିତ ସ୍କ୍ବାଡ୍ ଆଇଆର୍ସି ଭିଲେଜ୍ସ୍ଥିତ ଏଜେନ୍ସି କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିଥିଲେ। ଏଥିରେ ତ୍ରୁଟି ପରିଲକ୍ଷିତ ହେବାରୁ ଭୁବନେଶ୍ବର ଏମ୍ସ ନିକଟ ସିଜୁଆ ଗ୍ରାମସ୍ଥିତ ଡିପୋରେ ଚଢ଼ଉ କରିଥିଲେ। ଏଠାରେ ଉଭୟ ଘରୋଇ ଓ ବ୍ୟବସାୟିକ ସିଲିଣ୍ଡର ଅଧିକ ଥିବା ଜଣାପଡ଼ିଥିଲା। ଏହି ଡିପୋର କ୍ଷମତା ୮ହଜାର କିଲୋଗ୍ରାମ୍ ରହିଛି। ମାତ୍ର ଏଠାରେ ୧୩ହଜାର କିଲୋଗ୍ରାମ୍ରୁ ଅଧିକ ଓଜନର ସିଲିଣ୍ଡର୍ ଥିବା ଜଣାପଡ଼ିଥିଲା। ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଥିବା ୫୩୪ଟି ଗ୍ୟାସ୍ ସିଲିଣ୍ଡରକୁ ଜବତ କରାଯାଇଛି। ଏହି ଅଧିକ ସିଲିଣ୍ଡର ବାବଦରେ ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ କମ୍ପାନିର ଏରିଆ ସେଲ୍ସ ମ୍ୟାନେଜର୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍ସି ଅତିରିକ୍ତ ଯୋଗାଣ ଅଧିକାରୀ ରୋହିତ କୁମାର ଦାସ, ଯୋଗାଣ ନିରୀକ୍ଷକ ଦୀପ୍ତିରଞ୍ଜନ ଇନ୍ଦ୍ରସିଂ, ଯୋଗାଣ ନିରୀକ୍ଷକ ଯତୀନ କୁମାର ରାଉତ ପ୍ରମୁଖ ଏହି ସ୍କ୍ବାଡ୍ରେ ସାମିଲ ହୋଇଥିଲେ।
ଗ୍ୟାସ୍ ଡିପୋରୁ ୫୩୪ଟି ଅଧିକ ଟାଙ୍କି ଜବତ
Advertisment
Follow Us