୫୪ କୋଟିର ଭାଉଚର ଗାଏବ ମାମଲା: ଲୋକାୟୁକ୍ତଙ୍କୁ ସମୟ ମାଗିଲା ବିଏମ୍‌ସି

Advertisment

ଅଗଷ୍ଟ ୨୨ରେ ପରବର୍ତ୍ତୀ ଶୁଣାଣି

ଅଗଷ୍ଟ ୨୨ରେ ପରବର୍ତ୍ତୀ ଶୁଣାଣି

୫୪ କୋଟିର ଭାଉଚର ଗାଏବ ମାମଲା: ଲୋକାୟୁକ୍ତଙ୍କୁ ସମୟ ମାଗିଲା ବିଏମ୍‌ସି

Republic World

ଭୁବନେଶ୍ୱର: ଆଜି ଲୋକାୟୁକ୍ତରେ ବିଏମ୍‌ସି ଇଞ୍ଜିନିୟରିଂ ଉପବିଭାଗରେ ୫୪କୋଟି ଟଙ୍କାର ଭାଉଚର ନ ମିଳିବା ମାମଲାର ଶୁଣାଣି ଥିଲା। ସିଟି ଇଞ୍ଜିନିୟର ଅରୁଣ ନାୟକ ନିଜେ ଏହି ସବୁ ଭାଉଚର ଧରି ଲୋକାୟୁକ୍ତରେ ହାଜର ହେବା ସହ ଉତ୍ତର ରଖିବାକୁ ଲୋକାୟୁକ୍ତ ଆଦେଶ ଦେଇଥିଲେ। ମାତ୍ର ସିଟି ଇଞ୍ଜିନୟର ଶ୍ରୀ ନାୟକ ଆଜି ଲୋକାୟୁକ୍ତଙ୍କ କୋର୍ଟରେ ହାଜର ହୋଇପାରିଲେ ନାହିଁ। ବିଏମ୍‌ସି ଓକିଲଙ୍କ ଜରିଆରେ ପୁଣି ସମୟ ମାଗିଛନ୍ତି। ଲୋକାୟୁକ୍ତ ଅଗଷ୍ଟ ୨୨ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିବା ସହ ଭାଉଚର ଧରି ହାଜର ହେବାକୁ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଳ୍ଲେଖଯୋଗ୍ୟ, ୨୦୧୯ ମସିହାରେ ବିଏମ୍‌ସିର ଏହି ବିଭାଗ ୫୪ କୋଟି ଖର୍ଚ୍ଚ କରିଥିବା ହିସାବ ଦେଖାଉଥିଲେ ମଧ୍ୟ ଅଡିଟ୍‌ ଟିମ୍‌ ନିକଟରେ ଭାଉଚର୍‌ ଦାଖଲ କରିପାରିନଥିଲା। ଏଣୁ ଅଡିଟ୍‌ ଟିମ୍‌ ସମ୍ପୃକ୍ତ ଅଧିକାରୀରଙ୍କଠାରୁ ୫୪ କୋଟି ଅସୁଲ କରିବାକୁ ସୁପାରିସ କରିଥିଲେ। ତେବେ ଏହି ମୋଟା ଅଙ୍କର ଅର୍ଥକୁ ମିଳିମିଶି ଚଳୁ କରି ଦେଇଥିବା ଅଭିଯୋଗରେ ମାମଲା ଲୋକାୟୁକ୍ତରେ ପହଞ୍ଚିଥିଲା। ଲୋକାୟୁକ୍ତ ମାମଲାର ଗୁରୁତ୍ବକୁ ବିଚାର କରି ଭାଉଚର ଦାଖଲ କରିବାକୁ ବିଏମ୍‌ସିକୁ ତଲବ କରିଥିଲେ।

ବିଏମ୍‌ସି ତାରିଖ ପରେ ତାରିଖ ଗଡ଼ାଇବାରୁ ଲୋକାୟୁକ୍ତ ବିରକ୍ତ ହୋଇ ଜୁନ୍‌ ୧୨ ତାରିଖରେ ଆଦେଶ ଦେଇଥିଲେ ଯେ ସିଟି ଇଞ୍ଜିନିୟର ଜୁଲାଇ ୧୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବେ। ଉଲ୍ଲେଖଯୋଗ୍ୟ, ଜୁନ୍‌ ୧୨ ତାରିଖରେ ବ୍ୟକ୍ତିଗତ ହାଜିରା ନୋଟିସ୍‌ ପାଇବା ପରେ ସିଟି ଇଞ୍ଜିନିୟର ଶ୍ରୀ ନାୟକ କେତେକ ପୁରୁଣା କର୍ମଚାରୀଙ୍କୁ ଆଣି ପୁରୁଣା ଫାଇଲ୍‌ ଘାଣ୍ଟିଥିଲେ। କିନ୍ତୁ ଆବଶ୍ୟକ ଭାଉଚର୍ ସବୁ ପାଇନଥିଲେ। ବାସ୍ତବରେ କେତେକ କର୍ମଚାରୀ କିଛି ଫାଇଲ୍‌ ଲୁଚାଇ ରଖିଛନ୍ତି ଓ ଦେଉ ନାହାନ୍ତି। ତାଙ୍କ ଉପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ। ଏଣୁ ଅଧିକାରୀଙ୍କ ପାଇଁ ଅଡ଼ୁଆ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe