ଚନ୍ଦ୍ରଶେଖରପୁର: ପଟିଆ ଗୋ’ସ୍ପିଡ୍ ଗୋ’ କାର୍ଯ୍ୟାଳୟ ପରିସରରେ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦେଶକ ଅଙ୍କିତା ପରଓ୍ଵାଲ୍ ଶିବିରକୁ ଉଦ୍ଘାଟନ କରିଥିଲେ। ସୁଦର୍ଶନ ନାୟକ ଶିବିର ପରିଚାଳନା କରିଥିବା ବେଳେ ସନ୍ଦୀପ ତ୍ରିପାଠୀ ଓ ଅନୁଶା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରୁ ମୋଟ ୫୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବିଏମ୍ସି ହସ୍ପିଟାଲ୍ ରକ୍ତଭଣ୍ଡାର ଅଧିକାରୀ ଡା. ଜୟଦେବ ଘୋଷ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କୈବଲ୍ୟ ପ୍ରଧାନ, ଲିପକ୍ କୁମାର ପାତ୍ର, ପ୍ରକାଶ ଚନ୍ଦ୍ର ବରାଳ, ବିଷ୍ଣୁ ସ୍ୱାଇଁ ଓ ସଂଘମିତ୍ରା ସ୍ୱାଇଁ ସହଯୋଗ କରିଥିଲେ। ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସଂଯୋଜକ ହରେକୃଷ୍ଣ ପ୍ରଧାନ ଓ ବିଦ୍ୟାଧର ବାରିକ ଶିବିର ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us