୫୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ

ଅପରେସନ୍‌ ହ୍ବାଇଟ୍‌ ସ୍ପାଇଡର୍‌

୫୭ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ

The New Indian Express

ଭୁବନେଶ୍ବର: କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଚାଲିଥିବା ଅପରେସନ୍‌ ହ୍ବାଇଟ୍‌ ସ୍ପାଇଡର୍‌, ରାଜଧାନୀରେ ଜୋର୍‌ଦାର ଚଢ଼ଉ କରି ନିଶା ବେପାରୀଙ୍କ ଅଣ୍ଟା ଭାଙ୍ଗୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୬ଟି ଥାନା ଅଞ୍ଚଳରେ ଚଢ଼ଉ କରି ୫୬ ଗ୍ରାମ୍‌ର ବ୍ରାଉନସୁଗାର ଓ ୪କେଜି ଗଞ୍ଜେଇ ଜବତ କରିଛି। ଏହି ସବୁ ନିଶା ଜିନିଷ କ୍ୟାପିଟାଲ, ଇନ୍‌ଫୋଭ୍ୟାଲି, ନୂଆପଲ୍ଲୀ, ଭରତପୁର, ଧଉଳି ଓ ଚନ୍ଦ୍ରଶେଖରପୁର ଥାନା ଅଧୀନରୁ ଜବତ କରାଯାଇଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାନୁସାରେ, କ୍ୟାପିଟାଲ ଥାନା ପୁଲିସ କେଦାରପଲ୍ଲୀ ବସ୍ତିରେ ଚଢ଼ଉ କରି ଦିଲୁ ନାୟକ ଓ ଅମର ବେହେରା ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ମୋଟ୍‌ ୧୩.୦୫ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଥିଲା। ସେହିପରି ଇନ୍‌ଫୋଭ୍ୟାଲି ଥାନା ଗଙ୍ଗପଡ଼ା ଟୋଲଗେଟ୍‌ ନିକଟରେ ଚଢ଼ଉ କରି ଦୀପକକୁ ଗିରଫ କରିବା ସହ ତା’ ନିକଟରୁ ୧୫ ଗ୍ରାମ୍‌, ନୂଆପଲ୍ଲୀ ଥାନା ପୁଲିସ ଜାଭିୟର୍‌ କଲେଜ ଛକରେ ଚଢ଼ଉ କରି ଚନ୍ଦୁ ଓରଫ୍‌ ଚନ୍ଦ୍ରମୋହନ ସିଂ ଓ ଅତୁଲ୍ୟ ରଞ୍ଜନ ନାଏକକୁ ଗିରଫ କରି ସେମାନଙ୍କ ନିକଟରୁ ମୋଟ ୭.୫ଗ୍ରାମ୍‌ ଏବଂ ଭରତପୁର ଥାନା ପୁଲିସ ତପୋବନ ରୋଡ୍‌ରେ ଚଢ଼ଉ କରି ଏ. କାଳିଆ ଡୋରା ଓ ତାପସ ଢାଇଙ୍କଠାରୁ ୨୧ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି।

ସେହିପରି ଧଉଳି ଥାନା ପୁଲିସ ଧଉଳି ପାହାଡ଼ ପଛ ପଟେ ଚଢ଼ଉ କରି କାଶୀନାଥ ନାମକ ଜଣେ ଯୁବକକୁ ଗିରଫ କରିଛି। ତା’ ନିକଟରୁ ପୁଲିସ ୧କେଜି ୨୦୦ ଗ୍ରାମ୍‌ ଗଞ୍ଜେଇ ଜବତ କରିଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ ମଧ୍ୟ ବିଳାସିନୀ ମଣ୍ଡପ ନିକଟରେ ଚଢ଼ଉ କରି କାହ୍ନା ନାଏକ, ପଦ୍ମଲୋଚନ ବେହେରା ଓ ଅମିୟ ଦାସଙ୍କୁ ଗିରଫ କରି ମୋଟ ୩କେଜି ୫୦୦ ଗ୍ରାମ୍‌ର ଗଞ୍ଜେଇ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe