ଭୁବନେଶ୍ୱରରୁ ଆଜି ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୩୫୯ ଜଣ

Advertisment

ସୁସ୍ଥ ହେଲେ ୩୧୬ ଜଣ ଆକ୍ରାନ୍ତ

ସୁସ୍ଥ ହେଲେ ୩୧୬ ଜଣ ଆକ୍ରାନ୍ତ

ଭୁବନେଶ୍ୱରରୁ ଆଜି ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୩୫୯ ଜଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଆଜି ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ । ସଂଗରୋଧରୁ ୨୨୧ ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୩୫୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣଙ୍କର ଯାତ୍ରା ଇତିହାସ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ମୋଟ ୩୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୧୧ ହଜାର ୮୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୭୨୫୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୪୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୪୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

publive-image

ବିଏମ୍‌ସିର ସୂଚନା ଅନୁସାରେ ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଆଇଆରସି ଭିଲେଜରୁ ୧୧ ଜଣ, ଖାରବେଳନଗରସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରୁ ୮ ଜଣ, ସରକାରୀ ହସ୍‌ପିଟାଲରୁ ୭ ଜଣ, ଭିଏସ୍‌ଏସ୍‌ ନଗରରୁ ୬ ଜଣ, ରିଜର୍ଭ ପୁଲିସ କଲୋନିରୁ ୫ ଜଣ ଅଛନ୍ତି।

publive-image

ଆଜି ଶୈଳଶ୍ରୀ ବିହାର, ଆଇଆରସି ଭିଲେଜରୁ ୧୦-୧୦ ଜଣ, ଖଣ୍ଡଗିରିରୁ ୮ ଜଣ, ୭ମ ବାଟାଲିଅନ, ନୟାପଲ୍ଲୀ, ଲକ୍ଷ୍ମୀସାଗର, ଜୟଦେବବିହାର, ସହିଦ ନଗର, ପୋଖରୀପୁଟରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହିତ ମୋଟ ୩୫୯ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

publive-image

ଆଜି ଭୁବନେଶ୍ୱରରୁ ୩୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ୟୁନିଟ-୪ରୁ କେବଳ ୩୯ ଜଣ ଅଛନ୍ତି। ସେହିପରି ଖଣ୍ଡଗିରି, ଟଙ୍କାପାଣି ରୋଡ, ଭରତପୁର ବସ୍ତିରୁ ୭ ଜଣ ଲେଖାଏଁ, ସତ୍ୟନଗର ଏଚବି କଲୋନିରୁ ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe