ଭୁବନେଶ୍ବରରେ ଆଜି ୫୮୧ କରୋନା ପଜିଟିଭ, ସୁସ୍ଥ ହେଲେ ୨୦୪ ଆକ୍ରାନ୍ତ

ଭୁବନେଶ୍ବରରେ ଆଜି ୫୮୧ କରୋନା ପଜିଟିଭ, ସୁସ୍ଥ ହେଲେ ୨୦୪ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଅତିକ୍ରମ କରିଛି। ଭୁବନେଶ୍ବରରେ ଆଜି ୫୮୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୧୧ ଜଣ ଓ ସ୍ଥାନୀୟ ଅଂଚଳରୁ ୪୭୦ ଜଣ ଅଛନ୍ତି। ଏଥି ସହିତ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ହଜାର ୭୨୮କୁ ବୃଦ୍ଧି ପାଇଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

publive-image

କରୋନା ଭାଇରସ ସଂକ୍ରମଣରୁ ଆଜି ଭୁବନେଶ୍ବରରେ ୨୦୪ ଜଣ ଲୋକ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ଏଥି ସହିତ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୨୦୮ରେ ପହଂଚିଛି। ଭୁବନେଶ୍ବରରେ ଆଜି ପର୍ଯ୍ୟନ୍ତ ୨୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ‌ବେଳେ ୩ ହଜାର ୨୪୯ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

publive-image

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ପଟିଆ ଅଂଚଳରୁ ସର୍ବାଧିକ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରୁଣା ଭୁବନେଶ୍ବରରେ ଏହି ସଂଖ୍ୟା ୩୫ ଜଣ। ଖଣ୍ଡଗିରି ଅଂଚଳରୁ ୨୯ ଜଣ, ଟଙ୍କପାଣି ରୋଡରୁ ୨୬ ଜଣ, ନୟାପଲ୍ଲୀରୁ ୨୪ ଜଣ, ଚନ୍ଦ୍ରଶେଖରପୁରରୁ ୨୨ ଜଣ, ଲକ୍ଷ୍ମୀସାଗର ଅଂଚଳରୁ ୧୯ ଜଣ,  ସୈନିକ ସ୍କୁଲ ଅଂଚଳରୁ ୧୫ ଜଣ ଓ ମଂଚେଶ୍ବରରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe