‘ଏମର୍ଜିଂ ହଟ୍‌ସ୍ପଟ୍‌ସ୍‌ ଅଫ୍‌ ଓଡ଼ିଶା ଟୁୱାର୍ଡସ୍‌ ଇନ୍‌କ୍ଲୁଜିଭ୍‌ ଗ୍ରୋଥ୍‌’ ଲୋକାର୍ପିତ

Advertisment

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

‘ଏମର୍ଜିଂ ହଟ୍‌ସ୍ପଟ୍‌ସ୍‌ ଅଫ୍‌ ଓଡ଼ିଶା ଟୁୱାର୍ଡସ୍‌ ଇନ୍‌କ୍ଲୁଜିଭ୍‌ ଗ୍ରୋଥ୍‌’ ଲୋକାର୍ପିତ

ଭୁବନେଶ୍ବର: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ହାଉସିଂ ଫର୍‌ ଅଲ୍‌ ପଲସି ଫର ଅର୍ବାନ୍‌ ଏରିଆଜ୍‌-୨୦୨୨ ଘୋଷଣା ହୋଇଛି। ତା’ ସହିତ ‘ଏମର୍ଜିଂ ହଟ୍‌ସ୍ପଟ୍‌ସ୍‌ ଅଫ୍‌ ଓଡ଼ିଶା ଟୁୱାର୍ଡସ୍‌ ଇନ୍‌କ୍ଲୁଜିଭ୍‌ ଗ୍ରୋଥ୍‌’ ଲୋକାର୍ପିତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହାକୁ ଲୋକାର୍ପଣ କରିବା ଅବସରରେ ସରକାରଙ୍କ ସରଳ ପଲିସି ଓ ଲୋକାଭିମୁଖୀ ଯୋଜନାକୁ ପ୍ରଶଂସା କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ୍‌ ଯୋଗଦେଇ ରିୟଲ ଇଷ୍ଟେଟ୍‌ ଭାଗିଦାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ସମୟରେ ପଲିସି ପରିବର୍ତ୍ତନ ହେଉଥିବା ସୂଚନା ଦେଇଥିଲେ।

ଏଫ୍‌ଏଆର୍‌ ଏବେ ୭ପ୍ରତିଶତ ଦିଆଯାଉଛି ଯାହା ସମଗ୍ର ଦେଶରେ ସର୍ବୋଚ୍ଚ ବୋଲି ସୂଚନା ଦେଇଥିଲେ। ସେହିଭଳି ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ‘ଡେଭଲପର୍ସ ଏରିଆ’ ୩୫ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ମଧ୍ୟ ଦେଶରେ ସର୍ବୋଚ୍ଚ ବୋଲି ସେ ସୂଚନା ଦେଇଛନ୍ତି। ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe