ଆଧୁନିକୀକରଣ ଓ ମାଓ ଦମନ ନୀତି ସଫଳତା ଆଣିଛି

Advertisment

୫୮ତମ ପୁଲିସ ସହିଦ ଦିବସ ପାଳିତ

୫୮ତମ ପୁଲିସ ସହିଦ ଦିବସ ପାଳିତ

ଆଧୁନିକୀକରଣ ଓ ମାଓ ଦମନ ନୀତି ସଫଳତା ଆଣିଛି

ଚନ୍ଦ୍ରଶେଖରପୁର : ପୁଲିସ ଆଧୁନିକୀକରଣ ଓ ସଫଳ ମାଓ ଦମନ ନୀତି କାରଣରୁ ପୁଲିସ ବାହିନୀକୁ ସଫଳତା ମିଳୁଛି। ଏହି କାରଣରୁ ପୁଲିସ ବିଭାଗରେ ସହିଦମାନଙ୍କର ସଂଖ୍ୟାରେ ମଧ୍ୟ ଦ୍ରୁତ ହ୍ରାସ ଘଟୁଛି। ସମାଜକୁ ସୁରକ୍ଷିତ ରଖିବାରେ ସହିଦମାନଙ୍କର ଭୂମିକା ସର୍ବଦା ପ୍ରଶଂସନୀୟ। ଆଜି ସ୍ଥାନୀୟ ରିଜର୍ଭ ପୁଲିସ ଗ୍ରାଉଣ୍ଡ୍‌ରେ ୫୮ତମ ସହିଦ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ଏପରି ମତବ୍ୟକ୍ତ କରିଥିଲେ। ସହିଦମାନଙ୍କର ବୀରତ୍ୱ ଗାଥା ସମ୍ପର୍କରେ ଆଲୋକପାତ କରିବା ସହିତ ସେମାନଙ୍କର ସାହସକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ଗତବର୍ଷ କର୍ତ୍ତବ୍ୟ ସଂପାଦନ ବେଳେ ସାରା ଭାରତରେ ୩୭୯ଜଣ ପୁଲିସ ଅଧିକାରୀ ସହିଦ ହୋଇଛନ୍ତି। ତନ୍ମଧ୍ୟରୁ ୯ଜଣ ହେଉଛନ୍ତି ଓଡ଼ିଶାର ଅଧିକାରୀ। ରାଷ୍ଟ୍ର ନିମନ୍ତେ ପ୍ରାଣବଳୀ ଦେଉଥିବା ପୁଲିସ ଅଧିକାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ସହିଦ ଦିବସ ପାଳିତ ହେଉଥିବା ଶ୍ରୀ ଖୁରାନିଆ ପ୍ରକାଶ କରିଥିଲେ। ଏହି ଅବସରରେ ପୁଲିସ ବାହିନୀ ପକ୍ଷରୁ ସୁଦୃଶ୍ୟ ପରେଡ୍‍ ଅନୁଷ୍ଠିତ ହୋଇଥିଲା। ଡିସିପି ସତ୍ୟବ୍ରତ ଭୋଇଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe