କୃଷି କଲେଜର ୫୯ତମ ବାର୍ଷିକ ଉତ୍ସବ

Advertisment
କୃଷି କଲେଜର ୫୯ତମ ବାର୍ଷିକ ଉତ୍ସବ

OUAT

ଖଣ୍ଡଗିରି: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନ କୃଷି କଲେଜର ୫୯ତମ ବାର୍ଷିକ ଉତ୍ସବ ‘ଏଗ୍ରିଜନ୍‌ ୨୦୨୩’ ଆଜି ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ସଚିବ ଅରବିନ୍ଦ ପାଢ଼ୀ ମୁଖ୍ୟଅତିଥି, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ଓୟୁଏଟିର ୩ଜଣ ପୂର୍ବତନ ଛାତ୍ରଛାତ୍ରୀ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରିଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କଲେଜ ଅଧ୍ୟକ୍ଷ ପ୍ରଫେସର ହୃଷୀକେଶ ପାତ୍ର, ଉପଦେଷ୍ଟା ଏମ୍‌.କେ ମିଶ୍ର କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଛାତ୍ର ସଂସଦ ଅଧ୍ୟକ୍ଷ କିରଣମୟ ତ୍ରିପାଠୀ, ଅର୍ଗାନାଇଜିଂ ଚେୟାରମ୍ୟାନ୍‌ ବିନୁ ଭୂଷଣ ବେହେରା, କୋ-ଚେୟାରମ୍ୟାନ୍‌ ଶୁଭମ୍‌ ପ୍ରିୟଦର୍ଶୀ, ମୁଖ୍ୟ ଆବାହକ ସୁରଜ ନାୟକ, ଆବାହକ ଅମନ୍‌ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା କାର୍ଯ୍ୟକ୍ରମକୁ ଡି.ପି ମଲ୍ଲିକ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe