କଳିଙ୍ଗବିହାରରେ ପାଗଳ ଷଣ୍ଢର ଉତ୍ପାତ, ୬ ଆହତ

Advertisment
କଳିଙ୍ଗବିହାରରେ ପାଗଳ ଷଣ୍ଢର ଉତ୍ପାତ, ୬ ଆହତ

ଖଣ୍ଡଗିରି : ସୋମବାର ସନ୍ଧ୍ୟାରେ ଏକ ପାଗଳ ଷଣ୍ଢର ଉତ୍ପାତ ତମାଣ୍ଡୋ ଥାନା କଳିଙ୍ଗବିହାରରେ ଆତଙ୍କ ଖେଳାଇ ଦେଇଛି। ଷଣ୍ଢ ଆକ୍ରମଣରେ ୩ ଜଣ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଷଣ୍ଢର ଉତ୍ପାତ ଜାରି ରହିଥିବାରୁ ଭୟରେ ଲୋକେ ଘରୁ ବାହାରି ପାରିନାହାନ୍ତି ଓ କଳିଙ୍ଗବିହାରର ଅଧିକାଂଶ ରାସ୍ତା ଶୂନ୍‌ଶାନ୍‌ ହୋଇ ପଡ଼ିଛି। ଖବର ଦିଆଯାଇଥିଲେ ବି ମ୍ୟୁନିସିପାଲିଟି କର୍ତୃପକ୍ଷ ରାତି ହୋଇ ଯାଇଥିବା ବାହାନା କରି ନିରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ କେ-୪ ବାସିନ୍ଦାମାନଙ୍କ ଅଭିଯୋଗ ଅନୁସାରେ ସନ୍ଧ୍ୟାରେ ଏକ କଳାଷଣ୍ଢ ଫଁ ଫଁ ହୋଇ ବୁଲୁଥିବା ଦେଖିବାକୁ ମିଳିଥିଲା। ତା’ର ଗର୍ଜନ ଶୁଣି ଲୋକେ ଭୟ କରିଥିଲେ ବି କେହି ତା’ ପ୍ରତି ବିଶେଷ ଧ୍ୟାନ ଦେଇ ନଥିଲେ। କିନ୍ତୁ ହଠାତ୍‌ ଷଣ୍ଢଟି ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କଲା। ଲୋକଗହଳିପୂର୍ଣ ବଜାରରେ ଅଧିକ ଲୋକ ଦେଖି ମାରିବାକୁ ଗୋଡ଼ାଇଲା। ଫଳରେ ଲୋକେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ସ୍ତ୍ରୀ ଲୋକମାନେ ପଡ଼ି ଉଠି ଆହତ ହେଲେ। ଏକ ରାସ୍ତାରେ ଟିଉସନ୍‌ ଯାଉଥିବା ଛାତ୍ର ଆଶିଷ ଓ ସତ୍ୟବ୍ରତ ମଧ୍ୟ ସାଇକେଲରୁ ପଡ଼ି ଆହତ ହୋଇଛନ୍ତି। ସେହିଭଳି ବାଇକ୍‌ରେ ଯାଉଥିବା ସନ୍ତୋଷ ନାମକ ଜଣେ ଯୁବକ ବି ରାସ୍ତାରେ ପଡ଼ି ଆହତ ହୋଇଛନ୍ତି। କଳା ଷଣ୍ଢର ଏଭଳି ଉତ୍ପାତ ଖବର ବ୍ୟାପିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ଭୟରେ ଲୋକେ ବଜାର ଛାଡ଼ି ପଳାଇଥିଲେ ଓ ଏମିତିକି ବହୁ ଦୋକାନ ବନ୍ଦ ହୋଇଯାଇଥିଲା। ଏ ନେଇ ସ୍ଥାନୀୟ ଲୋକେ ମ୍ୟୁନିସିପାଲିଟି ଅଫିସ୍‌କୁ ଫୋନ୍‌ କରି ଜଣାଇଥିଲେ ବି ରାତି ହୋଇଥିବାରୁ ସେମାନେ ସକାଳେ କିଛି କରିବେ ବୋଲି କହି କାନ୍ଧ ଖସାଇଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ଷଣ୍ଢଟି ସେମିତି କଲୋନି ସାରା ଗର୍ଜନ କରି ବୁଲୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe