ରାଜଧାନୀରେ ହେବ ୬୦ଟି ଇ-ଟଏଲେଟ୍‌

ହକି ବିଶ୍ୱକପ୍‌ ପ୍ରସ୍ତୁତି

ରାଜଧାନୀରେ ହେବ ୬୦ଟି ଇ-ଟଏଲେଟ୍‌

ଭୁବନେଶ୍ୱର: ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀର ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ଅଣ୍ଟା ଭିଡ଼ିଥିବା ବିଏମ୍‌ସି ଖୁବ୍‌ ଶୀଘ୍ର ୬୦ଟି ଇ-ଟଏଲେଟ୍‌ ସ୍ଥାପନ କରିବାକୁ ଯୋଜନା କରିଛି। ଏହି ଆଧୁନିକ ଶୌଚାଳୟ (ପ୍ରି ଫେବ୍ରିକେଟେଡ୍‌)ର ବିଶେଷତ୍ୱ ହେଲା ଏଥିରୁ ୨୦ଟି ସଂପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ୪୦ଟି ଅର୍ଦ୍ଧ ସ୍ୱୟଂଚାଳିତ। ସ୍ୱୟଂଚାଳିତ ଶୌଚାଳୟରେ ଲୋକ ଝାଡ଼ା କି ପରିସ୍ରା ଗଲେ ତାଙ୍କୁ ଫ୍ଲସ୍‌ କରିବାକୁ ପଡ଼ିବନି। ଏଠାରେ ବି ସଫେଇ ବ୍ୟବସ୍ଥା ସ୍ୱୟଂଚାଳିତ ହେବ। ଏହି ଶୌଚାଳୟ ସଂକ୍ରମଣ ଶୂନ୍ୟ ବା ମୂତ୍ରପଥ ସଂକ୍ରମଣର ଆଶଙ୍କା ନଥାଏ। କମ୍‌ ପାଣି ଖର୍ଚ୍ଚରେ ପରିମଳ ବ୍ୟବସ୍ଥା ଯୋଗାଇବା ପାଇଁ ଏହିଭଳି ଯୋଜନା ହୋଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋଟ୍‌ ୬୦ଟି ଆଧୁନିକ ଶୌଚାଳୟ ଲାଗିବାକୁ ଥିବାବେଳେ ଏହାକୁ ୩୦ଟି ସ୍ଥାନରେ ଲଗାଯିବ। ଏଥିପାଇଁ ସର୍ଭେ କରି ସ୍ଥାନ ଚିହ୍ନଟ ହେବ। ପ୍ରତ୍ୟେକ ସ୍ଥାନରେ ଦୁଇଟି ଶୌଚାଳୟ ରହିବ। ଗୋଟିଏ ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ପୂର୍ଣ୍ଣ ସ୍ୱୟଂଚାଳିତ ଶୌଚାଳୟଗୁଡ଼ିକରେ କାର୍ଡ ମାଧ୍ୟମରେ ପ୍ରବେଶ କରିବାକୁ ପଡ଼ିବ। ଅର୍ଦ୍ଧ ସ୍ୱୟଂଚାଳିତ ଶୌଚାଳୟରେ ପ୍ରବେଶ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ଏହି ଶୌଚାଳୟ ବ୍ୟବହାର ପାଇଁ ଫି’ ଦେବାକୁ ପଡ଼ିବ। ଏହା ଖୁବ୍‌ ଶୀଘ୍ର ଧାର୍ଯ୍ୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe