ଏକଜୁଟ ହେଲେ ୬୦ ହଜାର ଜନଜାତି ଅଭିଭାବକ

Advertisment

‘କିସ୍‌’ରେ ଅଭିଭାବକ ସମ୍ମିଳନୀ

‘କିସ୍‌’ରେ ଅଭିଭାବକ ସମ୍ମିଳନୀ

ଏକଜୁଟ ହେଲେ ୬୦ ହଜାର ଜନଜାତି ଅଭିଭାବକ

????????????????????????????????????

ଚନ୍ଦ୍ରଶେଖରପୁର : ପ୍ରତିବର୍ଷ ଭଳି ଚଳିତବର୍ଷ ଆଜି ‘କିସ୍‌’ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ‘କିସ୍‌’ ପରିସରରେ ପ୍ରାୟ ୬୦ହଜାର ଜନଜାତି ଅଭିଭାବକଙ୍କ ସହ ପ୍ରାୟ ୧ ଲକ୍ଷ ଲୋକ ଏକାଠି ହୋଇ ସେମାନଙ୍କ ପିଲାମାନଙ୍କ ସହ ମିଶିବା ସହ ଭଲମନ୍ଦ ବୁଝିଥିଲେ। ‘କିସ୍‌’ରେ ପଢ଼ୁଥିବା ୨୭ହଜାର ଛାତ୍ରଛାତ୍ରୀଙ୍କ ପ୍ରାୟ ୬୦ ହଜାର ଅଭିଭାବକ ଓ ୧୦ ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ମିଶାଇ ପ୍ରାୟ ୧ଲକ୍ଷ ଲୋକଙ୍କ ଏହି ସମାବେଶ ପୂର୍ବରୁ କିସ୍‌ର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ହୋଇଥିଲା। କିସ୍‌ର ପୁରୁଣା ଛାତ୍ରମାନେ ନିଜ ଅନୁଭୂତି ବାଣ୍ଟିବା ସହ ‘କିସ୍‌’ ପ୍ରତି ସେମାନଙ୍କ କୃତଜ୍ଞତା ଜଣାଇଥିଲେ। ଅଭିଭାବକ ସମାବେଶରେ କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ୨୫ ବର୍ଷରେ ପଦାର୍ପଣ କରିଥିବା ‘କିସ୍‌’ ସମଗ୍ର ବିଶ୍ୱରେ ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଛି। ଏଠାରେ ପଢ଼ୁଥିବା ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୩୭ହଜାର ଛାତ୍ରଛାତ୍ରୀ ଓଡ଼ିଶାର ଆଦିବାସୀ ଅଧୁଷିତ ଗାଁଗୁଡ଼ିକରେ ଶିକ୍ଷାର ବାର୍ତାବହ ପାଲଟିଛନ୍ତି। ଏହା ସମଗ୍ର ଜନଜାତି ସଂପ୍ରଦାୟର ଏକ ଆନ୍ଦୋଳନ ପାଲଟିଛି ବୋଲି ସେ କହି ସମସ୍ତ ଅଭିଭାବକଙ୍କ ସହଯୋଗ କାମନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ଶାଶ୍ୱତୀ ବଳ, ସଂପାଦକ ଆର୍‌ଏନ୍‌ ଦାଶ, କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ପିକେ ରାଉତରାୟ, କିସ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କୁଳସଚିବ ଜୁଲିଆସ୍‌ ଲାକ୍ରା, କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, କିସ୍‌ ନିର୍ଦେଶକ ପିକେ ଦାସ ଓ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଚିବ ତଥା ଅଭିଭାବକ ପ୍ରତିନିଧି ନିରଂଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ପରେ ସମସ୍ତ ଅଭିଭାବକଙ୍କୁ ‘କିସ୍‌’ରେ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe