ଖୋର୍ଧା ଜିଲ୍ଲାର ୬୨% ରୋଗୀ ଭୁବନେଶ୍ୱରରୁ, ଦିନକରେ ୪୮୦ ପଜିଟିଭ୍ ଚିହ୍ନଟ, ୨ ମୃତ୍ୟୁ

Advertisment
ଆଜି ମୟୂରଭଞ୍ଜ ଜିଲ୍ଲାରୁ ୫୦ ନୂଆ ପଜିଟିଭ ଚିହ୍ନଟ ଓ ୯୬ ସୁସ୍ଥ

News Nation

ଭୁବନେଶ୍ୱର : ରାଜ୍ୟର କରୋନା ସଂକ୍ରମଣର ପ୍ରମୁଖ ହଟ୍‌ସ୍ପଟ୍‌ ପାଲଟିଛି ଭୁବନେଶ୍ବର। କେବଳ ଗଞ୍ଜାମ ଜିଲ୍ଲାକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ କୌଣସି ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ତୁଳନାରେ ରାଜଧାନୀରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ଖୋର୍ଧା ଜିଲ୍ଲାର ୬୨ ପ୍ରତିଶତ ରୋଗୀ କେବଳ ଭୁବନେଶ୍ବରରୁ ହିଁ ରହିଛନ୍ତି। ଦିନକୁ ଦିନ ଭୁବନେଶ୍ବରରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। କେବଳ ସଂକ୍ରମଣ ବଢ଼ୁନାହିଁ, କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ଆଜି ୨ଜଣ କରୋନାରେ ପ୍ରାଣ ହରାଇଥିବା ଘୋଷଣା ହେବା ପରେ ରାଜଧାନୀରେ ମୃତ୍ୟୁ ସଂଖ୍ୟା ୬୦ ଛୁଇଁଛି। ଖୋର୍ଧା ଗ୍ରାମାଞ୍ଚଳରୁ ୨୯ଜଣ କରୋନାଙ୍କୁ ମିଶାଇଲେ ଜିଲ୍ଲାରେ ସମୁଦାୟ ମୃତ୍ୟୁ ୮୯ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୪୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮୨ଜଣ ସଙ୍ଗରୋଧରୁ ଓ ୨୯୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ଅଞ୍ଚଳଗୁଡ଼ିକ ମଧ୍ୟରେ ସହିଦନଗର, ବମିଖାଲ, ଲକ୍ଷ୍ମୀସାଗର, ଝାରପଡ଼ା, ବରମୁଣ୍ଡା ଓ ଅନ୍ୟାନ୍ୟ ଅଞ୍ଚଳ ରହିଛି। ଏହାସହ ଏମ୍‌ସକୁ ବାଦ୍ ଦେଲେ ୪ଟି ଘରୋଇ ହସ୍ପିଟାଲରୁ ମଧ୍ୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ସ୍ଥାନୀୟ ସଂକ୍ରମିତରେ ପାଣିଟାଙ୍କି, ବେହେରାସାହି, ମୁଣ୍ଡାସାହି, ସାଲିଆସାହି ଭଳି ବସ୍ତି ଅଞ୍ଚଳ ରହିଛି। ଏହାବାଦ୍ ବିଜେବିନଗର, ବରମୁଣ୍ଡା, ମଞ୍ଚେଶ୍ବର, ଚକେଇସିଆଣି, ରସୁଲଗଡ଼, ଝାରପଡ଼ା, ପଟିଆ, ବଡ଼ଗଡ଼ ଆଦି ଅଞ୍ଚଳରୁ ପୁଳା ପୁଳା ରୋଗୀ ବାହାରିଛନ୍ତି।

ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୬୪୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜଧାନୀରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦,୮୨୬ରେ ପହଞ୍ଚିଛି। ତେବେ ଏବେ ବି ୫୧୧୦ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ରାଜଧାନୀରେ ରୋଗୀଙ୍କ ସୁସ୍ଥ ହାର ୬୮ ପ୍ରତିଶତ ରହିଛି। ଯାହାକି ରାଜ୍ୟର ସୁସ୍ଥ ହାରଠାରୁ ମଧ୍ୟ କମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe