ଭୁବନେଶ୍ୱରରେ ଫାଷ୍ଟଫୁଡ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ୭ ଅଭିଯୁକ୍ତ ଅଟକ

Advertisment
ରାଜଧାନୀରେ ବଧୂହତ୍ୟା ଅଭିଯୋଗ: ଥାନାରେ ସ୍ବାମୀ ଅଟକ

ଭୁବନେଶ୍ବର: ଭୁବନେଶ୍ୱରରେ ଖଣ୍ଡା ଧରି ଆତଙ୍କ ଖେଳାଇବା ଘଟଣାରେ ପୁଲିସ ୭ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ପୁଲିସ ଅଭିଯୁକ୍ତମାନଙ୍କୁ ଏୟାରଫିଲଡ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ସୁନ୍ଦରପଦା ବୋତଣ୍ଡା ଛକରେ ଥିବା ଫାଷ୍ଟ ଫୁଡ ଦୋକାନରେ ଗତମାସ ୨୭ ତାରିଖ ରାତିରେ ଫାଷ୍ଟଫୁଡ ଦୋକାନୀ ସିପୁ ବେହେରା ଦୋକାନ ବନ୍ଦ କରିବାକୁ ଯାଉଥିବା ବେଳେ ୪ ଜଣ ଦୁର୍ବୃତ୍ତ ପହଞ୍ଚି ଥିଲେ। ଦୁର୍ବୃତ୍ତମାନେ କୌଣସି କାରଣକୁ କେନ୍ଦ୍ର କରି ସିପୁଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହା ପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସିପୁ ବେହେରା ଚିତ୍କାର କରିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଘଟଣାସ୍ଥଳକୁ ପହଞ୍ଚି ଯାଇଥିଲେ। ଫଳରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ତେବେ ଘଟଣା ଦିନ୪ ଜଣ ଦୁର୍ବୁତ୍ତ ୨ଟି ବାଇକ୍‌ରେ ଆସି ଧାରୁଆ ଅସ୍ତ୍ରରେ ସିପୁ ବେହେରାଙ୍କୁ ଆକ୍ରମଣ କରିଥିବା ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ଯୁବକମାନେ ସିପୁ ବେହେରାଙ୍କର ଦୁଇଟି ହାତକୁ ହାଣି ଦୁଇ ଖଣ୍ଡ କରିଦେଇଥିଲେ। ସିପୁ ବେହେରାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସିପୁ ବେହେରା ଏବେ ବି ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ପୂର୍ବ ଶତ୍ରୁତା, ଦାଦବଟି ଓ ଭାଇଗିରିକୁ ନେଇ ଦୁର୍ବୁତ୍ତମାନେ ଏଭଳି କରିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe