୩ ମହିଳାଙ୍କ ସମେତ ୭ ନିଶା ବେପାରୀ ଗିରଫ: ୧ କ୍ବିଣ୍ଟାଲ୍‌ ଗଞ୍ଜେଇ ଜବତ

ଆଜି ପୃଥକ ପୃଥକ ୨ଟି ମାମଲାରେ ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ବନ୍ଧା ହୋଇଛନ୍ତି। ୨ଜଣ ବିହାରୀ ବେପାରୀଙ୍କୁ ରେଳବାଇ ପୁଲିସ ଓ ଜଣକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି।

scscscxx

ଭୁବନେଶ୍ବର/ଜଟଣୀ: ଆଜି ପୃଥକ ପୃଥକ ୨ଟି ମାମଲାରେ ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ବନ୍ଧା ହୋଇଛନ୍ତି। ୨ଜଣ ବିହାରୀ ବେପାରୀଙ୍କୁ ରେଳବାଇ ପୁଲିସ ଓ ଜଣକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଭୁବନେଶ୍ବର ଷ୍ଟେସନ୍‌ର ୬ନମ୍ବର ପ୍ଲାଟ୍‌ଫର୍ମରେ ଆର୍‌ପିଏଫ୍‌ର ଏସ୍‌ଟିଏଫ୍‌ ଓ ଅବକାରୀ ବିଭାଗ ମିଳିତଭାବେ ଚଢ଼ଉ କରି ବିହାର ଭୋଜପୁର ଜିଲ୍ଲା ଡୋଗ୍ରା ଗାଁର ପ୍ରଭାତ କୁମାର ଶର୍ମା ଓ ନୀତୀଶ କୁମାରକୁ ଗିରଫ କରିଛି। ସେମାନଙ୍କଠାରୁ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ୪ଟି ସୁଟ୍‌କେସ୍‌ରେ ଥିବା ଏହି ଗଞ୍ଜେଇ ରାୟଗଡ଼ାରୁ ବିହାର ଚାଲାଣ କରାଯାଉଥିଲା। ସେହିଭଳି ନୂଆପଲ୍ଲୀ ଥାନା ପୁଲିସ ଜଟଣୀ ଥାନା ବୁଢ଼ାପଡ଼ାର ବିଶ୍ବରଂଜନ ସାହୁ(୩୪)କୁ ଗିରଫ କରିଛି। ତା’ଠାରୁ ୫କେଜି ଗଞ୍ଜେଇ ଜବତ କରାଯାଇଛି।

ସେହିଭଳି ଖୋର୍ଦ୍ଧାରୋଡ୍ ଷ୍ଟେସନ୍‌ରୁ ରେଳବାଇ ପୁଲିସ ୩ଜଣ ମହିଳାଙ୍କ ସମେତ ୪ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶର ସଚିନ୍ ସିଂ (୨୫) ଓ ସାକ୍ଷୀ (୨୨), ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ଶାନ୍ତି ମହାରଣା (୪୧) ଓ ଜୟନ୍ତୀ ମହାରଣା (୩୮)। ୪ଜଣଙ୍କ ନିକଟରୁ ମୋଟ୍‌ ୫୭ କେଜି ଗଞ୍ଜେଇ ଜବତ କରାଯାଇଛି। ଉତ୍ତରପ୍ରଦେଶର ସଚିନ୍ ଓ ସାକ୍ଷୀ ସଂପର୍କରେ ଭାଇ-ଭଉଣୀ ବୋଲି ଜଣାପଡ଼ିଛି। ସେମାନେ ଗୁଣୁପୁରରୁ ଗଞ୍ଜେଇ ଆଣି ଦିଲ୍ଲୀ ଅଭିମୁଖେ ଯାଉଥିଲେ। ସେହିପରି ଶାନ୍ତି ଓ ଜୟନ୍ତୀ ମଧ୍ୟ ଦୁଇ ଭଉଣୀ। ସେମାନେ ସାକ୍ଷୀଗୋପାଳରୁ ଗଞ୍ଜେଇ ନେଇ ଗୁଜରାଟ ଅଭିମୁଖେ ଯାଉଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe