New Indian Express
ଭୁବନେଶ୍ୱର : କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ରାଜଧାନୀର ବିଭିନ୍ନ ଆହାର କେନ୍ଦ୍ରଗୁଡ଼ିକ ସୋମବାର ଠାରୁ ଖୋଲିବ। ଏବେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁଥିବାବେଳେ ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ବାକି ୭ଟି ଆହାର କେନ୍ଦ୍ର ଖୋଲିବ।
ସୋମବାର ଠାରୁ ବରମୁଣ୍ଡା ବସଷ୍ଟାଣ୍ଡ, ନୂଆପଲ୍ଲୀ, ୟୁନିଟ-୨, ମାଳିସାହି, କଳ୍ପନା ଛକ, ମଞ୍ଚେଶ୍ବର, ମାଷ୍ଟରକ୍ୟାଣ୍ଟିନରେ ଥିବା ୭ଟି ଯାକ ଆହାର କେନ୍ଦ୍ର ଖୋଲିବ। ଏହା ପୂର୍ବ ଭଳି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବ। ଏବେ ଏମ୍ସ ହସ୍ପିଟାଲ ନିକଟରେ ୨ଟି, କ୍ୟାପିଟାଲ ହସ୍ପିଟାଲ ନିକଟରେ ଗୋଟିଏ, କଳିଙ୍ଗ ହସ୍ପିଟାଲ ନିକଟରେ ଗୋଟିଏ, ସମ୍ ହସ୍ପିଟାଲ ନିକଟରେ ଗୋଟିଏ ଆହାର କେନ୍ଦ୍ର ଚାଲିଛି।
Follow Us