ପୁସ୍ତକମେଳାରୁ ଓହରିଲେ ୭ ପ୍ରକାଶକ

Advertisment

ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜନ କରୁଛନ୍ତି। ଡିସେମ୍ବର ୬ରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ୧୨ ଦିନ ଧରି ପୁସ୍ତକ ମହୋତ୍ସବ ଅନୁଷ୍ଠିତ ହେବ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜନ କରୁଛନ୍ତି। ଡିସେମ୍ବର ୬ରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ୧୨ ଦିନ ଧରି ପୁସ୍ତକ ମହୋତ୍ସବ ଅନୁଷ୍ଠିତ ହେବ।

fhfsfhsfshhf

ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜନ କରୁଛନ୍ତି। ଡିସେମ୍ବର ୬ରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ୧୨ ଦିନ ଧରି ପୁସ୍ତକ ମହୋତ୍ସବ ଅନୁଷ୍ଠିତ ହେବ। ଗୋଟେ ପଟେ ପୁସ୍ତକମେଳାକୁ ନୂଆ ଧରଣର କରିବାକୁ ସରକାର ‌ପ୍ରୟାସ କରୁଥିବା ବେଳେ ଦେଖା ଦେଇଛି ବିବାଦ। ଷ୍ଟଲ୍‌ ଆବଣ୍ଟନରେ ସରକାର ପାତରଅନ୍ତର କରୁଥିବା ଅଭିଯୋଗ କରିଛି ‘ଓଡ଼ିଶା ପ୍ରକାଶକ ସଂଘ’। ପ୍ରତିବାଦରେ ସଂଘର ସଦସ୍ୟମାନଙ୍କ ପକ୍ଷରୁ ପଞ୍ଜୀକୃତ ହୋଇଥିବା ୧୨୦ରୁ ଅଧିକ ଷ୍ଟଲ ଫେରାଇ ଦେବା ସହ ମେଳାରେ ସଂଘ ଭାଗ ନେବନାହିଁ ବୋଲି ନିଷ୍ପତ୍ତି ନେଇଛି।

ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ପତିଙ୍କ ସୂଚନାନୁସାରେ ଆଜି ପେନ୍‌ ଇନ୍‌ ବୁକ୍ସ, ଅପୂର୍ବା, ଟାଇମ୍‌ପାସ୍, ପକ୍ଷୀଘର ପ୍ରକାଶନୀ, ବିଶ୍ବମୁକ୍ତି ପବ୍ଲିକେସନ୍, ବି.କେ. ପବ୍ଲିକେସନ୍ସ ଓ ଆଦିତ୍ୟ ଭାରତ ପକ୍ଷରୁ ୬୧ଟି ଷ୍ଟଲ ଫେରାଇବା ପାଇଁ ଆବେଦନ କରାଯାଇଥିବା ବେଳେ ଅନ୍ୟ ସଦସ୍ୟମାନେ ସୋମବାର ଷ୍ଟଲ୍‌ ଫେରାଇବେ। ସଂଘର ସଂପାଦକ ଶୁଭ୍ରାଂଶୁ ପଣ୍ଡା ଅଭିଯୋଗ କରି କହିଛନ୍ତି, ପୂର୍ବ ବର୍ଷମାନଙ୍କରେ ଆମେ ବାରମ୍ବାର ସରକାରଙ୍କ ପାତରଅନ୍ତରର ଶିକାର ହୋଇ ପ୍ରତିବାଦ କରିଥିଲୁ। ଚଳିତ ବର୍ଷ ପୁସ୍ତକମେଳା ହେବା ନେଇ ସରକାର ନିଷ୍ପତ୍ତି ନେବା ପରେ ଆମେ ସ୍ବାଗତ କରିଥିଲୁ। ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ଘୋଷଣା ମଧ୍ୟ କରିଥିଲୁ। ପୂର୍ବ ସରକାରଙ୍କର ତ୍ରୁଟିକୁ ଏ ସରକାର ସୁଧାରିବେ ଓ ଅଧିକ ଗାଣତାନ୍ତ୍ରିକ ଉପାୟରେ ମେଳା ଆୟୋଜନ କରିବେ ବୋଲି ଆମେ ଆଶା କରିଥିଲୁ। କିନ୍ତୁ ଓଲଟା ହେଲା। ପୂର୍ବ ସରକାରରେ ଯେଉଁ ବହି ବେପାରୀମାନେ ଅଗ୍ରାଧିକାର ପାଉଥିଲେ ଏଥର ସେମାନେ ମେଳା କିପରି ହେବ ନିଷ୍ପତ୍ତି ନେଉଛନ୍ତି। ମେଳାରେ ଷ୍ଟଲ ଆବଣ୍ଟନ ପାଇଁ ସରକାର ଏକ କମିଟି ଗଠନ କରିଥିବାବେଳେ ଏଯାଏ ଥରଟିଏ ବୈଠକ ଡକାଯାଇନାହିଁ। ମେଳାକୁ ଆଉ ମାତ୍ର ୫ ଦିନ ବାକିଥିବାବେଳେ କମିଟିର ବିନା ପରାମର୍ଶରେ ଷ୍ଟଲ ଆବଣ୍ଟନ ହୋଇ ପ୍ରଦର୍ଶନୀ ପଡ଼ିଆରେ ଷ୍ଟଲ ନିର୍ମାଣ ଚାଲିଛି। ଆମ ସଂଘର ସଦସ୍ୟମାନେ ଷ୍ଟଲ ଆବଣ୍ଟନରେ ଅସନ୍ତୁଷ୍ଟ ଥିବାରୁ ଆମେ ମେଳାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛୁ।

ଆଜି ଅପରାହ୍ଣରେ ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟାଳୟ ଯାଇ ପକ୍ଷୀଘର ପ୍ରକାଶନୀର ବନୋଜ ତ୍ରିପାଠୀ, ଟାଇମ୍‌ପାସ୍‌ର ସରୋଜ ବଳ, ବିଶ୍ବମୁକ୍ତି ପବ୍ଲିକେସନ୍‌ର ସୁଧୀର ମଉଡ଼ମଣି, ଆଦିତ୍ୟ ଭାରତର ଦେବାଶିଷ ସାମନ୍ତରାୟ, ବିକେ ପବ୍ଲିକେସନ୍ସର ବିଜୟ କୁମାର ମହାପାତ୍ର, ଅପୂର୍ବା ପ୍ରକାଶନୀର କ୍ଷୀରୋଦ ଚନ୍ଦ୍ର ପତି ଓ ପେନ୍‌ ଇନ୍‌ ବୁକ୍ସର ଶୁଭ୍ରାଂଶୁ ପଣ୍ଡା ଷ୍ଟଲ ଫେରାଇବା ପାଇଁ ଆବେଦନ କରି ଆସିଛନ୍ତି। ସୋମବାର ଆଉ ୩୦ ଅନୁଷ୍ଠାନ ଷ୍ଟଲ ଫେରାଇବା ପାଇଁ ଆବେଦନ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ତଥା ରାଜ୍ୟ ପୁସ୍ତକ ମହୋତ୍ସବର ନୋଡାଲ ଅଧିକାରୀ ଦେବ ପ୍ରସାଦ ଦାଶ କହିଛନ୍ତି, ଚଳିତ ବର୍ଷ ସରକାର ପୁସ୍ତକମେଳାକୁ ନୂଆ ଢଙ୍ଗରେ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରକାଶକମାନେ କିପରି ଠିକ୍‌ ଭାବରେ ସେମାନଙ୍କ ବ୍ୟବସାୟ କରିପାରିବେ ସେଥିପାଇଁ ସରକାର ସବୁ ପ୍ରକାର ସୁବିଧା କରୁଛନ୍ତି। ଏଥର ଶିଶିର ସରସ, ହସ୍ତଶିଳ୍ପ ମେଳା ଭଳି ପୁସ୍ତକମେଳାର ଷ୍ଟଲଗୁଡ଼ିକୁ ସମାନ ଭାବରେ ତିଆରି କରାଯାଉଛି। ଏଯାଏ କୌଣସି ପ୍ରକାଶକଙ୍କୁ ଷ୍ଟଲ ବଣ୍ଟନ କରାଯାଇନାହିଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରେ ପ୍ରକାଶକମାନଙ୍କୁ ଡକାଯାଇ ଷ୍ଟଲ୍‌ ଦିଆଯିବ। ଏଥିରେ ପ୍ରତିକ୍ରିୟାଶୀଳ ନହୋଇ ସହଯୋଗ କରିବାକୁ ଶ୍ରୀ ଦାଶ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe