ମୁକ୍ତାକାଶ ଆଶ୍ରମରୁ ମୁକ୍ତି ପାଇଲେ ୭ ଅନ୍ତେବାସୀ

Advertisment
ମୁକ୍ତାକାଶ ଆଶ୍ରମରୁ ମୁକ୍ତି ପାଇଲେ ୭ ଅନ୍ତେବାସୀ

Official Website

ମେଣ୍ଢାଶାଳ : ଖୋର୍ଦ୍ଧା ଜିଲ୍ଲା ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରୁ ୭ଜଣ ଅନ୍ତେବାସୀ ମୁକୁଳିଛନ୍ତି। ଦୀର୍ଘବର୍ଷର କାରାବାସରୁ ସେମାନଙ୍କୁ ଆଜି ମୁକ୍ତି ମିଳିଛି। କାରାବାସର ଶେଷ ପର୍ଯ୍ୟାୟ ଏହି ଆଶ୍ରମରେ ବିତାଇବା ପରେ ସେମାନଙ୍କ ନିଜ ଜୀବନଯାପନ ପ୍ରଣାଳୀରେ ସ୍ଥାୟୀ ପରିବର୍ତ୍ତନ ଲକ୍ଷ୍ୟ କରାଯିବା ପରେ ସେମାନଙ୍କୁ ସବୁଦିନ ପାଇଁ ମୁକ୍ତି ଦିଆଯାଇଛି ବୋଲି ମୁକ୍ତାକାଶ ଆଶ୍ରମ ପକ୍ଷରୁ ସୂଚନା ମିଳିଛି।

ମୁକ୍ତାକାଶ ଆଶ୍ରମର ଅଧ୍ୟକ୍ଷ ସତ୍ୟପ୍ରକାଶ ସ୍ୱାଇଁଙ୍କ ସୂଚନାନୁସାରେ ଫେବ୍ରୁଆରି ମାସରୁ ମୁକ୍ତି ପାଇବାକୁ ଥିବା ଅନ୍ତେବାସୀଙ୍କ ଚିଠା ତାଲିକା ପ୍ରସ୍ତୁତ କରାଯାଇଥିଲା। ମହାମାରୀ କରୋନା ପାଇଁ ଏହି ନିଷ୍ପତ୍ତି କିଛି ଦିନ ପାଇଁ ବିଳମ୍ବିତ ହୋଇଥିଲା। ତେବେ ଗତକାଲି ନିର୍ଦ୍ଦେଶ ଆସିବା ପରେ ଆଜି ସେମାନଙ୍କୁ ଛାଡ଼ି ଦିଆଯାଇଛି। ମୁକ୍ତି ପାଇଥିବା ଅନ୍ତେବାସୀମାନେ ହେଲେ, ଅନୁଗୁଳ ଜେଲ୍‌ରୁ ଆସିଥିବା ପ୍ରଦୀପ କୁମାର ସାହୁ, ୨୦୧୭ ମସିହାରେ ସମ୍ବଲପୁର ଜେଲ୍‌ରୁ ଆସିଥିବା କାର୍ତ୍ତିକ ମୁଣ୍ଡା, ୨୦୧୬ ମସିହାରେ କଟକ ଜେଲ୍‌ରୁ ଆସିଥିବା ଅରୁଣ କୁମାର ସାହୁ, ୨୦୧୩ ମସିହାରେ କୋରାପୁଟ ଜେଲ୍‌ରୁ ଆସିଥିବା ଭକ୍ତ ଗୌଡ଼, ୨୦୧୫ରେ ବୌଦ୍ଧ ଜେଲ୍‌ରୁ ଆସିଥିବା କାଳୀଚରଣ ନାୟକ, ୨୦୧୯ରେ ଅନୁଗୁଳରୁ ଆସିଥିବା ରମେଶ ପୋଡ଼, ୨୦୧୫ରେ ଢ଼େଙ୍କାନାଳରୁ ଆସିଥିବା ତ୍ରିନାଥ ନାୟକ। ଆଜୀବନ କାରାବାସରେ ଦଣ୍ଡିତ ହୋଇ ଜେଲ୍‌ରେ ଦୀର୍ଘ ବର୍ଷ ସଜା କାଟିବା ପରେ ଏମାନେ ଶେଷ ପର୍ଯ୍ୟାୟରେ ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମକୁ ଆସିଥିଲେ। କାରବାସ ସମୟରେ ଏମାନଙ୍କ ଆଚାର ବ୍ୟବହାରରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରି ଏମାନଙ୍କୁ ଏଠାକୁ ପଠାଯାଇଥିଲା। ଏହି ଆଶ୍ରମରେ ମଧ୍ୟ ଏମାନଙ୍କ ଚାଲିଚଳଣରେ ବହୁ ମାତ୍ରାରେ ସୁଧାର ଆସିଥିବା ଦେଖାଯିବା ପରେ ଏମାନଙ୍କୁ ସବୁଦିନ ପାଇଁ ମୁକ୍ତି ଦିଆଯାଇଛି। ଏହି ୭ ଜଣଙ୍କ ମୁକ୍ତି ପରେ ଏବେ ଜାମୁଝରୀ ମୁକ୍ତାକାଶ ଆଶ୍ରମରେ ଆଉ ୫୩ ଜଣ ଅନ୍ତେବାସୀ ଅଛନ୍ତି ବୋଲି ଜେଲର ସ୍ମିତା ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe