ବିନା ଓଟିପିରେ କ୍ରେଡିଟ୍‌ କାର୍ଡରୁ ୭୧ ହଜାର ଠକେଇ

Advertisment

ଦୁଇ ଥାନା ବୁଲିବା ପରେ ସାଇବର ସେଲ୍‌ରେ ଅଭିଯୋଗ, କାର୍ଡ ନକଲ କରି ଠକେଇ କରାଯାଇଥିବା ଅଭିଯୋଗ

ଦୁଇ ଥାନା ବୁଲିବା ପରେ ସାଇବର ସେଲ୍‌ରେ ଅଭିଯୋଗ, କାର୍ଡ ନକଲ କରି ଠକେଇ କରାଯାଇଥିବା ଅଭିଯୋଗ

ବିନା ଓଟିପିରେ କ୍ରେଡିଟ୍‌ କାର୍ଡରୁ ୭୧ ହଜାର ଠକେଇ

ଭୁବନେଶ୍ୱର : ଆତଙ୍କ ଖେଳାଇ ଚାଲିଛନ୍ତି ସାଇବର ଅପରାଧୀ। ଓଡ଼ିଶା ସାଇବର ଅପରାଧୀଙ୍କ ଟାର୍ଗେଟ୍‌ରେ ରହିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକ ଲୁଟ୍‌ର ଶିକାର ହେଉଛନ୍ତି। ଏବେ ଏକ ନୂଆଧରଣର ଠକେଇ ସାମ୍ନାକୁ ଆସିଛି। ବିନା ଓଟିପିରେ ଜଣେ ଯୁବକଙ୍କ କ୍ରେଡିଟ୍‌ କାର୍ଡରୁ ୭୧ ହଜାର ଟଙ୍କା ଠକେଇ ହୋଇଛି। ଏ ନେଇ ସେ ରାଜଧାନୀର ଦୁଇଟି ଥାନା ବୁଲିବା ପରେ ଶେଷରେ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ଲୁଟ୍‌ର ଶିକାର ଯୁବକ ହେଲେ, ପଟିଆ ଅଞ୍ଚଳର ମନୋଜ ବାଡ଼ତିଆ।

ମନୋଜଙ୍କ କହିବା ଅନୁସାରେ, ଗତକାଲି ଭୋର୍‌ ସମୟରେ ତାଙ୍କ ମୋବାଇଲକୁ ଏକ କଲ୍ ଆସିଥିଲା। ସେ ନିଦ ବାଉଳାରେ ଫୋନ୍ ଉଠାଇବା ପରେ କଲର ଜଣଙ୍କ କହିଥିଲା, ତାଙ୍କ କ୍ରେଡିଟ୍ କାର୍ଡରୁ ୧୦ ହଜାର ଟଙ୍କାର ସପିଂ ହୋଇଛି। କିନ୍ତୁ ସେ କୌଣସି ସପିଂ କରି ନ ଥିବା ମନା କରିଥିଲେ। ତିନୋଟି କାରବାରରେ ତାଙ୍କର ଦୁଇଟି ବ୍ୟାଙ୍କର କ୍ରେଡିଟ୍ କାର୍ଡରୁ ମୋଟ ୭୧ହଜାର ଟଙ୍କା ସପିଂ ହୋଇଥିବା ସେ ମେସେଜ୍ ପାଇଥିଲେ। ଏ ନେଇ ସେ ଗତକାଲି ଅପରାହ୍‌ଣରେ ପ୍ରଥମେ ଚନ୍ଦ୍ରଶେଖରପୁର ଥାନା ଓ ପରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହା ସାଇବର ଅପରାଧ ହୋଇଥିବାରୁ ସାଇବର ସେଲ୍‌ରେ ଅଭିଯୋଗ କରିବା ପାଇଁ ପୁଲିସ ପରାମର୍ଶ ଦେଇଥିଲା। ଏହାପରେ ସେ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ସାଇବର ବିଶେଷଜ୍ଞ କହିଛନ୍ତି, ଯେଉଁ କ୍ରେଡିଟ୍‌ କାର୍ଡରେ ଅନ୍ତର୍ଜାତୀୟ କାରବାରର ଅପସନ୍‌ ଥାଏ, ସେଥିରେ ବିଦେଶରୁ ଠକେଇ ହେବାର ସମ୍ଭାବନା ରହିଛି। ବିଦେଶରେ ଯେଉଁ ଅନଲାଇନ୍ କିଣାବିକା ସାଇଟ୍ ରହିଛି, ସେଥିରେ ଓଟିପି ଦରକାର ହୁଏନି। କେବଳ କାର୍ଡ ନମ୍ବର, ସିଭିଭି ନମ୍ବରରେ କିଣାବିକା କରି ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe