ପ୍ରେମରୁ ହତ୍ୟାକାଣ୍ଡ ମାମଲା: ଦେଢ଼ ବର୍ଷ ପରେ ଅଭିଯୁକ୍ତ ଗିରଫ

Advertisment
ଟ୍ରାଫିକ୍‌ କର୍ମଚାରୀଙ୍କୁ ମାଡ଼ ମାରି ୨ ଗିରଫ

new indian express

ଭୁବନେଶ୍ବର : ଜଣେ ଛାତ୍ରୀଙ୍କୁ ଦୁଇଜଣ ପ୍ରେମ କରିବା ଘଟଣାକୁ କେନ୍ଦ୍ର କରି ଘଟିଥିବା ଏକ ହତ୍ୟା ମାମଲାରେ ଫେରାର ଅଭିଯୁକ୍ତକୁ ଦେଢ଼ବର୍ଷ ପରେ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲା ସାଲିଆସାହି ଆଦିବାସୀ ଗାଁର ସୁରେଶ ଓଝା। ଆଜି ତାକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଛି।

ଅନନ୍ତ ମହାନ୍ତି ଓ ମୁଖ୍ୟ ଅଭିଯୁକ୍ତ ରାକେଶ ସାହୁ ଜଣେ ଛାତ୍ରୀଙ୍କୁ ପ୍ରେମ କରୁଥିଲେ। ଏହାକୁ ନେଇ ସେମାନଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା। ୨୦୨୦ ମାର୍ଚ୍ଚ ୫ ତାରିଖରେ ଛାତ୍ରୀ ଜଣଙ୍କ ଟ୍ୟୁସନ୍‌ରୁ ଫେରୁଥିବା ସମୟରେ ତାଙ୍କ ସାଙ୍ଗରେ ଅନନ୍ତ ଥିଲେ। ପୂର୍ବ ଯୋଜନା ଅନୁଯାୟୀ, ରାକେଶ ଓ ତାର ତିନି ସହଯୋଗୀ ସଞ୍ଜୟ ନାୟକ, ବିକାଶ ଦାସ ଓ ସୁରେଶ ଓଝା ମିଶି ଅନନ୍ତଙ୍କୁ ଉଠାଇ ନେଇଥିଲେ। ଏହା ପରେ ତାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଅନନ୍ତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସଂକ୍ରାନ୍ତରେ ନୟାପଲ୍ଲୀ ଥାନାରେ କେସ୍ ନଂ-୧୨୬/୨୦ ଓ ଆଇପିସିର ଧାରା-୩୪୧, ୨୯୪, ୩୨୪, ୩୨୬, ୩୦୭, ୫୦୬, ୩୪ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ସଞ୍ଜୟ ନାୟକକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। କିଛି ଦିନ ପରେ ମୁଖ୍ୟ ଅଭିଯୁକ୍ତ ରାକେଶ ସାହୁ ଓ ବିକାଶ ଦାସ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ସୁରେଶ ଓଝା ଶେଷରେ ପୁଲିସ ହାତରେ ଧରାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe