ଜୟଦେବରେ ଭୋଟଦେଲେ ୭୨.୬୪%: ଇଭିଏମ ଅଚଳ ନେଇ ଉତ୍ତେଜନା

Advertisment

ଅଂଶୁଘାତରେ ୬ ଅସୁସ୍ଥ, ପୁଲିଂ ଅଫିସର ଅଚେତ

ଅଂଶୁଘାତରେ ୬ ଅସୁସ୍ଥ, ପୁଲିଂ ଅଫିସର ଅଚେତ

୭ଟି ପର୍ଯ୍ୟାୟ‌ରେ ମୋଟ୍‌ ୬୫.୭୯% ମତଦାନ

ବାଲିଅନ୍ତା/ବାଲିପାଟଣା: ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠିତ ଜୟଦେବ ନିର୍ବାଚନମଣ୍ଡଳୀରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ରାତି ୧୦ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୭୨.୬୪% ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ବାଲିଅନ୍ତା ବ୍ଲକ ଅଞ୍ଚଳର ମତଦାନ କେନ୍ଦ୍ରରେ ଅବ୍ୟବସ୍ଥା ଉପୁଜିଥିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଇଭିଏମ ଅଚଳ ଯୋଗୁଁ ବହୁ ସ୍ଥାନରେ ଭୋଟରଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ବିଳମ୍ବ ହେବାରୁ କିଛି ଭୋଟର ଫେରି ଯାଇଥିଲେ ଏବଂ ଅପରାହ୍ନରେ ଆସି ଭୋଟ ଦେଇଥିଲେ। ଅଧିକାଂଶ ବୁଥ ସମ୍ମୁଖରେ ତମ୍ବୁ କିମ୍ବା ପାଲ ବନ୍ଧା ଯାଇ ନ ଥିବାରୁ ପ୍ରଚଣ୍ଡ ତାତିରେ ଲୋକେ କଲବଲ ହୋଇଥିଲେ। ଭୋଟଦାନ କେନ୍ଦ୍ର ସମ୍ମୁଖରେ ଧାଡ଼ିରେ ଠିଆ ହୋଇଥବା ୬ ଜଣ ଭୋଟର ଅଂଶୁଘାତର ଶିକାର ହୋଇଥିଲେ। ଉପସ୍ଥିତ କର୍ମଚାରୀ ୧୦୮ ଆମ୍ବୁଲାନ୍ସକୁ ଡକାଇ ସେମାନଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ସୂଚନା ଅନୁସାରେ ପ୍ରତାପଶାସନ ବାଲିକା ଉଚ୍ଚ ବିଦ୍ୟାଳୟର ୯୬ ନମ୍ବର ବୁ୍‌ଥ୍‌ରେ ଅଳ୍ପ କିଛି ଜଣ ଭୋଟ ଦେବା ପରେ ଲୋକସଭା ଇଭିଏମ ଅଚଳ ହୋଇପଡ଼ିଥିଲା। ଘଣ୍ଟାଏ ପରେ ନୂଆ ଇଭିଏମ୍‌ କାର୍ଯ୍ୟକ୍ଷମ ପରେ ମତଦାନ ଚାଲିଥିଲା। ପ୍ରତାପଶାସନ(ମାଳ ଭୋଇସାହି) ବୁଥରେ ପୂର୍ବାହ୍ନ ୧୦ଟାରେ ଦେଢ଼ ଘଣ୍ଟା ଧରି ଇଭିଏମ ଅଚଳ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ସରକଣା ପଞ୍ଚାୟତ ଅଧୀନ କଇଜଙ୍ଗା ଗ୍ରାମରେ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଇଭିଏମ ଖରାପ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ୯୪ ଓ ୯୫ ନମ୍ବର ବୁଥ ନିକଟରେ ହୋଇଥିବା ୱେଟିଂରୁମ୍‌ ସମ୍ମୁଖରେ ଚିରୁକୁଟି ବଣ୍ଟନକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ୯୯ ନମ୍ବର ବୁଥ୍‌ ସମ୍ମୁଖରେ ଟେଣ୍ଟ କରାଯାଇ ନ ଥିବାରୁ ଭୋଟରମାନେ ତାତିରେ ସିଝିଥିଲେ। ମଝିହାରା ବୁଥ୍‌ର ପ୍ରଥମ ପୁଲିଂ ଅଫିସର ହିମାଂଶୁ ପାଢ଼ୀ ଅସମ୍ଭାଳ ଗୁଳୁଗୁଳି ଯୋଗୁଁ ଅଚେତ ହୋଇ ପଡ଼ିବାରୁ ତାଙ୍କୁ ସ୍ଥାନୀୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲି ବିଶ୍ୱନାଥପୁରଠାରେ ୧୦୨ ନମ୍ବର ବୁଥ୍‌ରେ ଭୋଟ ଦେଇଥିଲେ। ଭୀଷଣ ଗହଳି ଯୋଗୁଁ ଭୋଟ ଦେବା ବିଳମ୍ବ ହେଉଥିବା ପରିଲକ୍ଷିତ ହୋଇଥିଲା। ଭୋଟ ତାଲିକାରେ ତ୍ରୁଟି ଯୋଗୁଁ ଅନେକ କେନ୍ଦ୍ରରେ ଭୋଟ ନଦେଇ ଲୋକେ ଫେରିଥିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe