୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ: ‘ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ରହିଛି ଭୁବନେଶ୍ବର’

Advertisment

ମନ୍ଦିରମାଳିନୀ ସହର ଭୁବନେଶ୍ବର ପ୍ରଚୀନ ଐତିହ୍ୟରେ ଭରପୂର। ଏହି ସ୍ଥାନ ଆମ ସଂସ୍କୃତି, ପରମ୍ପରାର ପ୍ରକୃତ ନିଦର୍ଶନ। ଗୋଟିଏ ରାଜ୍ୟର ରାଜଧାନୀ ହେବାଲାଗି ଏଠାରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ।

ମନ୍ଦିରମାଳିନୀ ସହର ଭୁବନେଶ୍ବର ପ୍ରଚୀନ ଐତିହ୍ୟରେ ଭରପୂର। ଏହି ସ୍ଥାନ ଆମ ସଂସ୍କୃତି, ପରମ୍ପରାର ପ୍ରକୃତ ନିଦର୍ଶନ। ଗୋଟିଏ ରାଜ୍ୟର ରାଜଧାନୀ ହେବାଲାଗି ଏଠାରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ।

ddcvcvf

ଭୁବନେଶ୍ବର: ମନ୍ଦିରମାଳିନୀ ସହର ଭୁବନେଶ୍ବର ପ୍ରଚୀନ ଐତିହ୍ୟରେ ଭରପୂର। ଏହି ସ୍ଥାନ ଆମ ସଂସ୍କୃତି, ପରମ୍ପରାର ପ୍ରକୃତ ନିଦର୍ଶନ। ଗୋଟିଏ ରାଜ୍ୟର ରାଜଧାନୀ ହେବାଲାଗି ଏଠାରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ। ଏହି ଗୌରବମୟ ସହର ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିପାରିଛି। ଆଜି ସନ୍ଧ୍ୟାରେ ଉତ୍କଳମଣ୍ଡପରେ ଅୟୋଜିତ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି ଏହା କହିଛନ୍ତି। ଏହି ପରିପ୍ରେକ୍ଷୀରେ ୧୩ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ଶତାୟୁ ସ୍ବାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକ, ଡାକ୍ତର ପ୍ରଦୀପ କୁମାର ରଥ, କ୍ରୀଡ଼ାବିତ୍‌ ପ୍ରତ୍ୟଶା ରାୟ, ଉଦ୍ୟୋଗୀ ଜୟଶଙ୍କର ଦାସ, ବୈଜ୍ଞାନିକ ଶଶାଙ୍କ ଶେଖର ସ୍ବାଇଁ, ମର୍ଦ୍ଦଳ ଗୁରୁ ଧନେଶ୍ବର ସ୍ବାଇଁ, ବ୍ୟଙ୍ଗକାର ପ୍ରଜ୍ଞାରଂଜନ ଖଟୁଆ, ଅଭିନେତ୍ରୀ ସୁମନ ପଟ୍ଟନାୟକ, ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ବେହେରା, ଟ୍ରାଫିକ୍‌ କନେ‌ଷ୍ଟେବଲ ମାମାଲି ଜେନା, ଡାକ୍ତର ଅମିତା ପାତ୍ର, ଅଙ୍ଗନୱାଡ଼ି କର୍ମୀ ଶକୁନ୍ତଳା ସାହୁ, ସଫେଇ କର୍ମଚାରୀ ଜ୍ୟାକବ୍‌ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସୂଚନା ଓ ଲୋକସମ୍ପର୍କ ବିଭାଗ, ବିଏମ୍‌ସି ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାନସୌଧ ସମ୍ମୁଖସ୍ଥିତ ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ କହିଲେ, ରାଜଧାନୀ ହେଉଛି ରାଜ୍ୟର ମୁଖଶାଳା। ଦେଶବିଦେଶରୁ ପର୍ଯ୍ୟଟକମାନେ ଆକାଶ ପଥରେ ହେଉ କିମ୍ବା ରେଳପଥରେ ଆସି  ପ୍ରଥମେ ରାଜଧାନୀରେ ପହଞ୍ଚିଥାନ୍ତି। ମହିମାମଣ୍ଡିତ ଆମ ରାଜଧାନୀର କଳା ଓ ଐତିହ୍ୟ ଗୌରବମୟ। ଏହି ଗୌରବମୟ ରାଜଧାନୀର ଶ୍ରୀବୃଦ୍ଧି ପାଇଁ ରାଜଧାନୀବାସୀ ପ୍ରଚେଷ୍ଟା କରିବା ଦରକାର ବୋଲି ବାଚସ୍ପତି ଆହ୍ୱାନ ଦେଇଥିଲେ। ମେୟର ସୁଲୋଚନା ଦାସ କହିଲେ, ୧୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଜଧାନୀ ଭୁବନେଶ୍ୱର ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସବୁ କ୍ଷେତ୍ରରେ ଦେଶର ଯେ କୌଣସି ରାଜ୍ୟର ରାଜଧାନୀଠାରୁ ଊର୍ଦ୍ଧ୍ବରେ ରହିଛି।

୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ
୧୩ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ
ରାଜଧାନୀ ହେଉଛି ରାଜ୍ୟର ମୁଖଶାଳା: ବାଚସ୍ପତି

sddxcxc

ରାଜଧାନୀର କଳା, ସଂସ୍କୃତି ଐତିହ୍ୟର ସୁରକ୍ଷା ସହ ସହରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଆହ୍ୱାନ ଦେଇଥିଲେ। ବାଚସ୍ପତି ପତାକା ଉତ୍ତୋଳନ କରିବା ପରେ ବେସାମାରିକ ସମ୍ମିଳିତ ପରେଡ୍‌ ଅନୁଷ୍ଠିତ ହୋଇଥିଲା। ପରେଡ୍‌ରେ ମୋଟ୍‌ ୨୧ଟି ଦଳ ଭାଗ ନେଇଥିଲେ। ସୈନିକ ସ୍କୁଲ ଦଳ ପ୍ରଥମ, ଏନ୍‌ସିସି ଆର୍‌ ଆଣ୍ଡ ଭି ସ୍କ୍ବାଡ୍ରନ୍ ଦ୍ୱିତୀୟ, ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ ତୃତୀୟ ହୋଇଥିଲେ। ସିଆର୍‌ପିଏଫ୍ ବ୍ୟାଣ୍ଡ ଓ ଆର୍ମି ଏୟାର ଡିଫେନ୍ସ ବ୍ୟାଣ୍ଡକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଡେପୁଟି ମେୟର ମଞ୍ଜୁଲତା କହଁର, ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂହ, ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ, ବିଡିଏ ଉପାଧ୍ୟକ୍ଷ ଏନ୍‌ ତିରୁମାଲ୍ଲା ନାଏକ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ସମସ୍ତ କର୍ପୋରେଟର, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସନତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଜୟଦେବ ଭବନରେ ଭୁବନେଶ୍ୱରର ଐତିହ୍ୟ, କଳା, ସ୍ଥାପତ୍ୟ, ରାଜନୈତିକ ପୃଷ୍ଠଭୂମି, ସାମାଜିକ ରୂପାନ୍ତରଣ, ଆଧ୍ୟାତ୍ମିକ ପରିଦୃଶ୍ୟ, ସ୍ମାର୍ଟ ସିଟି ହେବା ପର୍ଯ୍ୟନ୍ତ ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ବିକାଶ ସମ୍ବଳିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସୂଚନା ଲୋକସମ୍ପର୍କ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe