‌‌ମେ’ରେ ୭୮ ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ୫ କ୍ବିଣ୍ଟାଲ୍‌ ଗଂଜେଇ ଜବତ

Advertisment
ଅଢ଼େଇ କୋଟିର ଗଞ୍ଜେଇ ଜବତ

Deccan Chronicle

ଭୁବନେଶ୍ୱର : ଭୁବନେଶ୍ବର କମିସନରେଟ ପୁଲିସ ପକ୍ଷରୁ ମେ’ ମାସରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭୮ଗ୍ରାମ ୨୨ମିଲିଗ୍ରାମ ଓଜନର ବ୍ରାଉନସୁଗାର ଓ ୫ କ୍ବିଣ୍ଟାଲ୍‌ ୪୪ କିଲୋଗ୍ରାମ ୭୯୫ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ସୂଚନାନୁସାରେ, ବିଭିନ୍ନ ନିଶାଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ ସ୍ୱତନ୍ତ୍ର ରୂପେ ଗଠିତ ଅପରେସନ ହ୍ୱାଇଟ ସ୍ପାଇଡର, ପିଓପିଡି ଏବଂ ଟିମ୍- ୬୦ ପକ୍ଷରୁ ଚଳିତ ବର୍ଷ ମଇ ମାସ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୭ଟି ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରାଯାଇ ୧୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୭୮ ଗ୍ରାମ ୨୨ମିଲିଗ୍ରାମ ଓଜନର ବ୍ରାଉନସୁଗାର, ୧୮, ୫୨୦ଟଙ୍କା ଏବଂ ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିଲା।

ସେହିପରି ଗତ ମେ’ ମାସ ମଧ୍ୟରେ ବିଭିନ୍ନ ଥାନାରେ ୯ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୨୧ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫ କ୍ବିଣ୍ଟାଲ୍‌ ୪୪କିଲୋଗ୍ରାମ ୭୯୫ ଗ୍ରାମ୍‌ ଓଜନର ଗଞ୍ଜେଇ, ୧୬,୨୦୦ ଟଙ୍କା, ୧୧ଟି ମୋବାଇଲ ଫୋନ ଏବଂ ୭ଟି ଦୁଇ/ଚାରି ଚକିଆ ଯାନ ଜବତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe