ଓଡ଼ିଶା ଡିପ୍ଲୋମା ଇଂଜିନିୟର ସଂଘର ୭୮ତମ ପ୍ରତିଷ୍ଠା ଦିବସ

Advertisment
ଓଡ଼ିଶା ଡିପ୍ଲୋମା ଇଂଜିନିୟର ସଂଘର ୭୮ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘର ୭୮ତମ ପ୍ରତିଷ୍ଠା ଦିବସ ତଥା ପ୍ଲାଟିନମ୍‌ ଜୁବ୍‌ଲି ସ୍ବାଗତ ଉତ୍ସବ ଖାରବେଳ ନଗରସ୍ଥିତ ସଂଘ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା‌ବେଳେ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ସଂଘର ୭୮ତମ ପ୍ରତିଷ୍ଠା ଦିବସର ସ୍ବତନ୍ତ୍ର ସ୍ମାରକୀକୁ ମୁଖ୍ୟ ଅତିଥି ଅନାବରଣ କରିଥିଲେ।

ଏହି ଅବସରରେ ସଂଘର ମାସିକ ମୁଖପତ୍ରର ସ୍ବତନ୍ତ୍ର ସଂକଳନ ‘ମୁଖଶାଳା’ ଉନ୍ମୋଚିତ ହୋଇଥିଲା। ସଂଘ ପକ୍ଷରୁ ଅତିଥିମାନଙ୍କୁ ଓ ପୂର୍ବତନ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ‘ଓଡ଼େଶା ପରିବାର’ର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଶନିବାର ଏକ ପ୍ରତି‌ଯୋଗିତା ହୋଇଥିଲା। ସେଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସଂଘର ସଭାପତି ଶ୍ରୀକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶ୍ରୀଧର ବାରିକ ସଂଘର ବିବରଣୀ ପ୍ରଦାନ କରିବା ସହ ୧୯୪୪ ଆଜି ପର୍ଯ୍ୟନ୍ତ ସଂଘ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ସଚିତ୍ର ମୋହନ ରାଉଳ ସ୍ବାଗତ ଭାଷଣ ଦେଇଥିବାବେଳେ ଉପସଭାପତି ସୁଦର୍ଶନ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe