ଓଡ଼ିଶା ଲାଇବ୍ରେରି ଏକାଡେମିର ସପ୍ତମ ବାର୍ଷିକ ଉତ୍ସବ: ମାନସିକ ଅଭିବୃଦ୍ଧି ପାଇଁ ପାଠାଗାରର ଭୂମିକା ଗୁରୁତ୍ବପୂର୍ଣ୍ଣ

Advertisment
ଓଡ଼ିଶା ଲାଇବ୍ରେରି ଏକାଡେମିର ସପ୍ତମ ବାର୍ଷିକ ଉତ୍ସବ: ମାନସିକ ଅଭିବୃଦ୍ଧି ପାଇଁ ପାଠାଗାରର ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶା ଲାଇବ୍ରେରି ଏକାଡେମି ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ଏବଂ ଓଡ଼ିଶା ଲାଇବ୍ରେରି ଏକାଡେମିର ୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଆଇସିଏମଆର-ଆରଏମଆରସିର ନିର୍ଦ୍ଦେଶିକା ସଘଂମିତ୍ରା ପତି, ସୋଆ ବିଶ୍ୱବିଦ୍ୟାଳୟର ପ୍ରୋ ଭାଇସ୍‌ ଚାନସେଲର ପ୍ରଫେସର ପି.କେ. ନନ୍ଦ ଯୋଗଦେଇ ସମାଜରେ ଶିକ୍ଷାର ମୂଲ୍ୟ ତଥା ମଣିଷର ମାନସିକ ଅଭିବୃଦ୍ଧି ପାଇଁ ପାଠାଗାରର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ଏହି ଅବସରରେ ପ୍ରଫେସର ବିଜୟ ଚୌଧୁରୀ ଏବଂ ଗଙ୍ଗାଧର କରଙ୍କୁ ଚଳିତ ବର୍ଷ ଓଡ଼ିଶା ଲାଇବ୍ରେରି ଏକାଡେମି ପକ୍ଷରୁ ସମ୍ମାନିତ କରାଯାଇଥିଲା।

ଟିସିଏସ୍‌ ଚେନ୍ନାଇର ଶିଳ୍ପ ସମାଧାନ ୟୁନିଟର ଉପ-ମୁଖ୍ୟ ଅଶୋକ କ୍ରିସ୍‌ ଆଲୋଚନାର ବୈଷୟିକ ଅଧିବେଶନରେ ଉପସ୍ଥାପନ କରିଥିଲେ। ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ କୋଲକାତାର ମୁଖ୍ୟ ଲାଇବ୍ରେରିଆନ୍ କିଶୋର ଶତପଥୀ ଉପଭୋକ୍ତା ଯୋଗଦାନର ଚାରୋଟି ପରିବର୍ତ୍ତନଶୀଳ ଉପାୟ ବର୍ଣ୍ଣନା କରିଥିଲେ। ଟିସିଏସ୍ ଭୁବନେଶ୍ୱରର ବିଜୟ କେତନ ପଣ୍ଡାଙ୍କ ଦ୍ୱାରା ପରିଚାଳିତ ‘ୟୁଜର୍ ଏନଗେଜମେଣ୍ଟ ଇନ୍‌ ନ୍ୟୁ ନର୍ମାଲ’ ବିଷୟର ଆଲୋଚନାଚକ୍ରରେ ବୈଜ୍ଞାନିକ ସତ୍ୟଜିତ୍ ରଥ, ଶ୍ରୀକାନ୍ତ କାନୁନଗୋ, ପ୍ରଫେସର ପ୍ରଣୟ ସ୍ୱାଇଁ, ପ୍ରଫେସର ଶୁଭଙ୍କର ପତି ଯୋଗଦେଇ ଆଲୋଚନା କରିଥିଲେ। ଓଡ଼ିଶା ଲାଇବ୍ରେରି ଏକାଡେମିର ସଭାପତି ବାନାମ୍ବର ସାହୁଙ୍କ ସଭାପତିତ୍ବରେ ଆୟୋଜକ ସମ୍ପାଦିକା ପ୍ରଜ୍ଞା ଦାସ ସ୍ୱାଗତ ଭାଷଣ ଦେଇଥିଲେ। ନିରୁପମା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଦ୍‌ଯାପନୀ ସମାରୋହରେ ଆଇଟିଇଆରର ଡିନ୍‌ ପି କେ ସାହୁ, ଓଏଲଏର ଉପ-ସଭାପତି କମଳ ଲୋଚାନ ଜେନା, ପ୍ରଜ୍ଞା ଦାସ ଉପସ୍ଥିତ ଥିଲେ। ମନୋଜ ମିଶ୍ର ଏବଂ ଶମ୍ଭୁନାଥ ସାହୁ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଓଏଲଏର ସମ୍ପାଦକ ବାସୁଦେବ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe