Image Courtesy of Zee News
ଭୁବନେଶ୍ୱର: ଆଇଆରସି ଭିଲେଜ ସ୍ଥିତ ବ୍ୟାସକବି ଫକୀରମୋହନ ସେନାପତି ଭବନରୁ ଏସି ଚୋରି କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୮ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ସାଲିଆସାହିର ଜି. ରାଜୁ ରେଡ୍ଡୀ, ଜିତୁ ରେଡ୍ଡୀ, ଶତ୍ରୁଘ୍ନ ବେହେରା, ସିଦ୍ଦିକି ଖାଁ, ରଞ୍ଜିତ ଦାସ, ପ୍ରଶାନ୍ତ କୁମାର ମହାପାତ୍ର, ଗଣେଶ ଜେନା ଓ ନିତାଇ ପ୍ରଧାନ। ପୁଲିସ ସେମାନଙ୍କ ଠାରୁ ୨ ୟୁନିଟ ଏସି, ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ କରିଛି। ଖବର ଅନୁଯାୟୀ, ଗତ ଜାନୁଆରି ୩୧ତାରିଖରେ ବ୍ୟାସକବି ଭବନରୁ ଏସି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ପରେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଆଜି ସାଲିଆସାହିରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏସି ୟୁନିଟ ଚୋରି କରିବା ପରେ, ସେଥିରେ ଲାଗିଥିବା ତମ୍ବା ଖୋଲି ବିକ୍ରି କରୁଥିବା ପୁଲିସ ଜାଣିବାକୁ ପାଇଛି।
Follow Us