ବାରଙ୍ଗ: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆଜି ୮ଟି ଜୀବ ଆସିଛନ୍ତି। ଏଗୁଡ଼ିକ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ କମଳା ନେହେରୁ ପ୍ରାଣୀ ସଂଗ୍ରହାଳୟରୁ ଆସିଛନ୍ତି।
/sambad/media/post_attachments/wp-content/uploads/2020/12/1f0779a1-674c-4107-95fe-33dd84c61da1.jpg)
ନନ୍ଦନକାନ କର୍ତ୍ତୃପକ୍ଷ କହିଛନ୍ତି ଯେ, ମଧ୍ୟପ୍ରଦେଶରୁ ୨ଟି ଏସୀୟ ମାଈ ସିଂହ, ଏକ ଭାରତୀୟ ମାଈ କୋକିଶିଆଳ, ୨ଟି ଅଣ୍ଡିରା ଘଡିଆଲ କୁମ୍ଭୀର, ଗୋଟିଏ ମାଈ ଘଡ଼ିଆଲ କୁମ୍ଭୀର ଓ ୨ଟି ଧୂଷର ରଂଗର ଅଣ୍ଡିରା ଗଧିଆ ଆସିଛନ୍ତି।
/sambad/media/post_attachments/wp-content/uploads/2020/12/44cad246-7696-4c7d-9fe1-3ec407d2f3ee.jpg)
Follow Us