ସପ୍ତାହକରେ ଗଡ଼ିଲାଣି ୮ ମୁଣ୍ଡ, ୫ ମାସରେ ୩୯ ମୃତ

Advertisment

କାମରେ ଆସୁନାହିଁ ‘ଗୋଲ୍‌ଡେନ ଆୱାର’ ଆମ୍ବୁଲାନ୍ସର ଦେଖା ମିଳୁନି

କାମରେ ଆସୁନାହିଁ ‘ଗୋଲ୍‌ଡେନ ଆୱାର’ ଆମ୍ବୁଲାନ୍ସର ଦେଖା ମିଳୁନି

ସପ୍ତାହକରେ ଗଡ଼ିଲାଣି ୮ ମୁଣ୍ଡ, ୫ ମାସରେ ୩୯ ମୃତ

ଦ୍ରୁତ ଚାଳନା

ଜାତୀୟ ରାଜପଥରେ ଘଟୁଥିବା ଦୁର୍ଘଟଣା‌ ପାଇଁ କେବଳ ଯେ ଭାରୀଯାନ ଦାୟୀ ତାହା କହିବା ଠିକ୍‌ ହେବ ନାହିଁ। ଅନେକ ସମୟରେ ବାଇକ ଚାଳକମାନଙ୍କ ଦ୍ରୁତ ବେଗରେ ବାଇକ ଚାଳନା ଦୁର୍ଘଟଣାକୁ ଡାକି ଆଣିଥାଏ। ଦ୍ରୁତ ବେଗରେ ବାଇକ ଚାଳଉଥିବା ଚାଳକମାନଙ୍କ ଉପରେ କାହାର ନିୟନ୍ତ୍ରଣ ରହୁ ନ ଥିବାରୁ ଏଭଳି ଦୁର୍ଘଟଣା ଏବେ ସହର ଓ ଜାତୀୟ ରାଜପଥ ଉପରେ ବଢ଼ି ବଢ଼ି ଚାଲିଛି। ଦ୍ରୁତ ବେଗରେ ବାଇକ ଚଳାଇ ନିଜ ଦୁର୍ଘଟଣାର ଶିକାର ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଅସୁରକ୍ଷିତ ଭାବେ ଯାତ୍ରା କରିବାକୁ ବାଧ୍ୟ କରୁଛନ୍ତି। କେବଳ ସଚେତନତା ଅଭାବରୁ ଏଭଳି ଦୁର୍ଘଟଣା ଘଟୁଛି।

କାମରେ ଆସୁନାହିଁ ‘ଗୋଲ୍‌ଡେନ ଆୱାର’ ଆମ୍ବୁଲାନ୍ସର ଦେଖା ମିଳୁନି

ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବା ପରେ ସୁପ୍ରିମକୋର୍ଟ ଏନେଇ ଉଦବେଗ ପ୍ରକାଶ କରିଥିଲେ। କେମିତି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରାଯିବ ସେ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହାପରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଇଥିଲେ। ଜାତୀୟ ରାଜପଥରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ମୁତୟନ ସହ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସାଧାରଣ ଲୋକ ମଧ୍ୟ ହସ୍ପିଟାଲ ନେବା ପାଇଁ ଅନୁରୋଧ କରାଯାଇଥିଲା। କିନ୍ତୁ ୧୦୮ ଆମ୍ବୁଲାନ୍ସ ଆସିବା ପରେ ଆଉ ଜାତୀୟ ରାଜପଥରେ ଆମ୍ବୁଲାନ୍ସର ଦେଖା ମିଳୁନାହିଁ। ସେହିପରି ଗୋଲ୍‌ଡେନ ଆୱାର (ଦୁର୍ଘଟଣାର ୧ ଘଣ୍ଟା ମଧ୍ୟରେ) ଆହତଙ୍କୁ ହସ୍ପିଟାଲ ନେଇଥିବା ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ପୁରସ୍କୃତ କରାଯିବା ସମ୍ପର୍କରେ ମଧ୍ୟ ଏଯାଏ ଲୋକେ ସଚେତନ ହୋଇ ନାହାନ୍ତି। କମିସନରେଟ ପୁଲିସ କିମ୍ବା ପରିବହନ ବିଭାଗ ଏ ନେଇ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରାଉନାହିଁ। ରାଜ୍ୟର ଅନ୍ୟ ଜିଲ୍ଲାରେ ଗୋଲ୍‌ଡେନ ଆୱାର ସଫଳ ଭାବେ କାମ କରୁଥିଲେ ମଧ୍ୟ ଭୁବନେଶ୍ବରରୁ ଜଣେ ହେଲେ ଏହି ପୁରସ୍କାର ପାଇ ନାହାନ୍ତି। ବଡ଼ ଦୁଃଖ ଓ ଲଜ୍ଜାକର କଥା ହେଉଛି, ରାଜଧାନୀବାସୀ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ହସ୍ପିଟାଲ ନେବା ବଦଳରେ ତାଙ୍କର ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥାନ୍ତି। କେତେକ ଫେସବୁକ ଲାଇଭ୍ କରିଥାନ୍ତି, ଆଉ କେତେକ ପୁଲିସ ଓ ଆମ୍ବୁଲାନ୍ସକୁ ଦାୟୀ କରି ରାସ୍ତାରୋକ ମଧ୍ୟ କରିବାକୁ ପଛାଇ ନ ଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe